. ସାପକାମୁଡାରେ ମହିଳାଙ୍କ ମୃତୁ୍ୟ

ଗଞ୍ଜାମ ଏନ.ଏ.ସି ଅନ୍ତର୍ଗତ ଓଡିଶା ତାମଣା ସାହିର ସୁବାଶିନୀ ବୈଦ୍ୟ ଗଛରୁ ଫୁଲ ତୋଳୁଥିବା ସମୟରେ ଏକ ବିଶଧର ସର୍ପ କାମୁଡାବା ଫଳରେ ମୃତୁ୍ୟବରଣ କରିଥିଲେ । ପ୍ରଥମେ ଗୁରୁତର ଅବସ୍ଥାରେ ଗଞ୍ଜାମ ମେଡିକାଲ ଓ ପରେ ଛତ୍ରପୁର ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିବାବେଳେ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ଶବ ବ୍ୟବଚ୍ଚେଦ ପରେ ପରିବାର ଲୋକେ ଶବ ଦାହ କରିଥିଲେ । ସୁଚନାଯୋଗ୍ୟ, ସୁବାଶିନୀଙ୍କ ସ୍ୱାମୀ ପୁର୍ବରୁ ମୃତୁ୍ୟବରଣ କରିଥିବାବେଳେ ପରିବାରର ସମସ୍ତ ଦାୟିତ୍ୱ ସୁବାଶିନୀଙ୍କ ଉପରେ ନ୍ୟସ୍ତ ଥିଲା । ସେ ଏକ ପରିବା ଦେକାନ କରି ପରିବାରର ପ୍ରତିପୋଷଣ କରୁଥିଲେ । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିବାବେଳେ ଆର୍ଥିକବସ୍ଥା ସ୍ୱ୍ଚ୍ଛଳ ନଥିବାରୁ ପ୍ରଶାସନ ସହେଯାଗ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ