ଗଞ୍ଜାମ ବିଡିଓଙ୍କ ପିତାଙ୍କ ଦେହାନ୍ତ

ଗଞ୍ଜାମ ବ୍ଲକ ବି.ଡି.ଓ ଜ୍ୟୋତି ଶଙ୍କର ରାୟଙ୍କ ପିତା ରଙ୍ଗନାଥ ସାହୁଙ୍କ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ତାଙ୍କର ମୃତ ଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଦାହ କରାଯାଇଥିଲା । ତାଙ୍କର ପୁତ୍ର ବିଡିଓ ରାୟ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ରଙ୍ଗନାଥ ଜଣେ ଶିକ୍ଷାବିତ, ସମାଜସେବୀ, ପରୋପକାରୀ, ପରିବେଶବିତ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ସେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରପେ ଅବସର ଗ୍ରହଣ କରିଥିଲେ । ତାଙ୍କର ମୃତୁ୍ୟ ଖବର ପ୍ରôସାରିତ ହେବା ମାତ୍ରେ ବିଭିନ୍ନ ଦଳର ନେତୃବୃନ୍ଦ, ସରପଞ୍ଚ, ସମିତିସଭ୍ୟ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ସରକାରୀ କର୍ମଚାରୀ , ସ୍ଥାନୀୟ ଲୋକେ ପ୍ରମୁଖ ବିଡିଓଙ୍କୁ ଭେଟି ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ