ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ନିମାପଡ଼ା, ( ସନ୍ତୋଷ ଦାଶ) :ଗୋପ ବ୍ଲକ ସୋରଭା ପଞ୍ଚାୟତ ର ତିରୁନା ଗ୍ରାମ ର ତପସ୍ୱିନୀ ବେହୁରା ଆଜି ମଧ୍ୟାହ୍ନ ରେ ଘଷି ଗଦା ରୁ ଘଷି କାଢୁଥିବା ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡି ଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଚାରିଛକ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ମହିଳା ଙ୍କ ର ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି। ସେ ଗରିବ ପରିବାର ର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।


