ସାମାଜିକ ଦ୍ୱରତାକୁ ଫୁ ରଥଯାତ୍ରା ଭଳି ଜନସମାଗମ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ୫ନମ୍ବର (କ) ଜାତୀୟ ରାଜପଥର ଗୋପହାଟରେ ଆଜି ରଥଯାତ୍ରା ଭଳି ଜନସମାଗମ ଦେଖିବାକୁ ମିଳିଥିଲା । ଶହ ଶହ ସଂଖ୍ୟାରେ ଲୋକ କୋଭିଡ -୧୯ନିୟମର ସାମାଜିକ ଦ୍ୱରତା ରକ୍ଷା କରିବାକୁ ଯେମିତି ସମ୍ପୂର୍ଣ୍ଣ ଭୁଲିଯାଇଥିଲେ । ଅଧିକାଂଶ ଲୋକ ମୁହଁରେ ମାସ୍କ ମଧ୍ୟ ପିନ୍ଧିନଥିବାର ଦେଖିବାକୁ ମିଳିଥିଲା । ଏଭଳି ପରିସ୍ଥିତିରେ କରୋନା ଗଣ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଥିବା ବେଳେ କିଭଳି ଲୋକମାନଙ୍କୁ ବହୁ ସଂଖ୍ୟାରେ ରୁଣ୍ଡ ହେବାକୁ ସୁଯୋଗ ମିଳିଲା । କରୋନା ମହାମାରୀ ଜନିତ ଲକଡାଉନ ଜାରି ରହିଥିବା ସମୟରେ କୋଭିଡ-୧୯ନିୟମକୁ କିଭଳି ସଂପୂର୍ଣ୍ଣ ଉଲ୍ଲଙ୍ଘନ କରାଗଲା ଓ ସାମାଜିକ ଦ୍ୱରତାକୁ ଫୁ କରି ଉଡାଇଦିଆଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ