କରୋନା ଦୁର୍ନୀତିକୁ ନେଇ ସିବିଆଇକୁ ଘେରିଲା ନବନିର୍ମାଣ କୃଷକ ସଙ୍ଗଠନ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : କରୋନା ମହାଦୁର୍ନୀତିକୁ ନେଇ ଆଜି ସିବିଆଇ କାର୍ଯ୍ୟାଳୟ ଘେରିଛି ନବର୍ନିମାଣ କୃଷକ ସଙ୍ଗଠନ । ଖାଲି ସିବିଆଇ ଅଫିସ୍ ଘେରିନି ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ନିଶାଣ କରିଛି ମଧ୍ୟ । ସରକାରଙ୍କ ସଟ୍‌୍‌ଡାଉନ୍‌, ଲକଡାଉନ୍‌୍‌୍‌କୁ ବେଖାତିର କରି ନବନିର୍ମାଣ କୃଷକ ସଙ୍ଗଠନ, ଯୁବ ସଙ୍ଗଠନର ଶତାଧିକ କର୍ମୀ ହାତରେ ଜାତୀୟ ପତାକା ଓ ଦୁର୍ନୀତି ବିରୋଧୀ ପତାକା ଧରି ସିବିଆଇ କାର୍ଯ୍ୟାଳୟ ଘେରାଉ କରିଥିଲେ । ଗାଁ ଗାଁରେ ଶୁଭୁଛି ସ୍ୱର ନବୀନ ପଟ୍ଟନାୟକ ବଡ଼ ଚୋର, ଗାଁଠୁ ସହର ପଡ଼ିଛି ହୁରି ନବୀନ ସରକାର କରିଛି ଚୋରି, ଅଚ୍ୟୁତ, ମନୋଜ ବୁଝିଲେ ଟଙ୍କା ନବୀନଙ୍କ ମୁହଁ ହୋଇଛି ବଙ୍କା । ସେମାନଙ୍କର ସିବିଆଇ ଅଫିସ୍ ପ୍ରକମ୍ପିତ କରିଥିଲେ । ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏଣିକି ନବନିର୍ମାଣ କୃଷକ ସଙ୍ଗଠନ କେବଳ କୃଷି ସମସ୍ୟା ନୁହେଁ ବରଂ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଯେତେ ସମସ୍ୟା ଓ ସମସ୍ତ ଜନବିରୋଧୀ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ । ଆଉ ବେଶିଦିନ ନବୀନଙ୍କ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ । ମାସ୍କ କିଣାଠାରୁ ଭେଣ୍ଟିଲେଟର କିଣାରେ ଯେଭଳି ବଡ଼ ଧରଣର ନଗ୍ନ ଦୁର୍ନୀତି ହୋଇଛି ସେଥିରୁ ସରକାରଙ୍କୁ ହୁଗୁଳିବାକୁ ଦିଆଯିବ ନାହିଁ । ଲୋକଙ୍କ ଲୁଟ୍ ଟଙ୍କା ଫେରିବା ସହିତ ଏଭଳି ଦୁର୍ନୀତି କରୁଥିବା ଅଫିସରଙ୍କୁ ଜେଲ୍ ପଠାଇବା ଯାଏଁ ସଂଗ୍ରାମ ଜାରି ରହିବ । ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ଶୂନ୍ୟତା ବିଜେଡ଼ିକୁ ଦୁର୍ନୀତିଗ୍ରସ୍ତ କରିଛି । ଯୁବଛାତ୍ର, ମଜଦୁର କୃଷକଙ୍କୁ ନେଇ ଏହି ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନକୁ ଏଭଳି ତେଜିୟାନ କରାଯିବ ଯେ ଆସନକୁ ମୋଡ଼ିଚକଟି କ୍ଷମତାର ଅପବ୍ୟବହାର କରିବାକୁ ଆଉ କେହି ସାହସ କରିବେ ନାହିଁ । ଲକ୍‌ଡାଉନ୍‌, ସଟଡାଉନ୍ ନାମରେ ଲୋକଙ୍କ ପେଟକୁ ଗୋଇଠା ମାରି ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ଖତମ କରି ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଓ ରାଜ୍ୟକୁ ଲୁଟ୍ କରୁଥିବା ଆଇ.ଏ.ଏସ୍ ଓ ରାଜନେତାମାନେ ସୟିତାନଙ୍କଠାରୁ ଭୟଙ୍କର । ଏଭଳି ନେତାଙ୍କର ମୁଖା ଖୋଲିବା ପାଇଁ ତୁରନ୍ତ ସିବିଆଇ ତଦନ୍ତ ଲୋଡ଼ା । ସଙ୍ଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସମ୍ ଓ କିଟ୍‌କୁ ଦିଆଯାଇଥିବା ଶହ ଶହ କୋଟିର ଅନୁଦାନର ବୈଧତା ଉପରେ ପ୍ରଶ୍ନ ଉଠାଇ ସରକାର ତୁରନ୍ତ ଏହି ଚୁକ୍ତିନାମାକୁ ବାତିଲ୍ କରି ଟଙ୍କା ଫେରାଇ ଆଣିବାକୁ ଦାବି କରିଥିଲେ । ସାମାନ୍ୟ ଖର୍ଚ୍ଚ ପାଇଁ ଶହ ଶହ କୋଟି ଟଙ୍କା ବିଜେଡ଼ି ସାଂସଦ ଓ ସହଯୋଗୀଙ୍କୁ ଦିଆଯାଇଥିବାରୁ ଏହି ଅର୍ଥ ବିଜେଡ଼ି ପାଣ୍ଠିକୁ ଦିଆଯାଇଛି ବୋଲି ସେ ଅଭିଯୋଗ କରିବା ସହ ଏହି ଚୁକ୍ତିନାମା କାହିଁକି ସାର୍ବଜନୀନ କରାଯାଉନାହିଁ ବୋଲି ସେ ପ୍ରଶ୍ନ ଉଠାଇଥିଲେ । ସେଭଳି ସେ ଅଶ୍ୱିନି ହସପିଟାଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ହସପିଟାଲକୁ କେତେ ଅର୍ଥ ଦିଆଯାଇଛି ସେ କଥା ସାର୍ବଜନିକ ହେଉ । ସଙ୍ଗଠନ ରାଜ୍ୟ ସହ ସଂଯୋଜକ ଉମାକାନ୍ତ, ଭରତ, ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ସରକାରଙ୍କୁ ସମାଲୋନା କରି କହିଲେ ଯେ ମାସ୍କ କିଣା ଦୁର୍ନୀତି ଖୁଲମଖୁଲା ହୋଇଥିବାରୁ ଯୁବଛାତ୍ର ଓ କୃଷକନେତାମାନେ ଏବେ ମୁହଁରୁ ତୁଣ୍ଡି ଖୋଲି ତୁଣ୍ଡ ଖୋଲିବାର ବେଳ ଆସିଛି ବୋଲି କହିଥିଲେ । ସଟଡାଉନ୍ ଓ ଲକ୍‌୍ ଡାଉନକୁ ଡରିବେଶି ଦିନ ଚୁପ୍ ରହିଲେ ନେତାମାନେ ସବୁ ଲୁଟ୍ କରି ଖାଇଯିବେ ବୋଲି ରଶ୍ମିରଞ୍ଜନ ସ୍ୱାଇଁ ଓ ନିମାଇଁ ରାୟ ଅଭିଯୋଗ କରିଥିଲେ । ବିକ୍ଷୋଭରେ ବରିଷ୍ଠ ସାମ୍ବାଦିକ ରବି ଦାସ, ବରିଷ୍ଠ ଆଡଭୋକେଟ ଶିବାନନ୍ଦ ରାୟ, ଡଃ କୁଳମଣି, ରଣଜିତ୍ ପଟ୍ଟନାୟକ, ମହେଶ୍ୱର ଜେନା, ଦୁର୍ଗାଚରଣ ସ୍ୱାଇଁ, ଦୁର୍ଗାପ୍ରସାଦ ଦାଶ, ସାଇପ୍ରସାଦ ପଲେଇ, ଗୋବିନ୍ଦ ମହାପାତ୍ର, ସ୍ନେହାଂଶୁ ଜେନା, ମମତା ନାଥ, ଦେବୀପ୍ରସାଦ ମହାରଣା, ମୀନା କୁମାରୀ ସାହୁ, ରଞ୍ଜନ ପଟେଲ୍‌, ସୁଧାକର ପରିଡା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ