ମୈାସୁମୀ ବର୍ଷାରେ ସହର ବେହାଲ ବର୍ଷା ପାଣିର ଲହଡି

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ମୈାସୁମି ବର୍ଷାରେ ଆଜି ସହରର ଅନେକ ସ୍ଥାନ ବର୍ଷାଜଳରେ ପ୍ଲାବିତ ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟିକେଟ କାଉଁଟର ସମ୍ମୁଖରେ ପ୍ରାୟ ଦେଢଫୁଟ ଉଚ୍ଚର ବର୍ଷାଜଳ ଜମିରହିଥିବା ବେଳେ ସାନ୍ତସାହି ଶିଶୁମନ୍ଦିର ରାସ୍ତାର ରେଭନ୍ୟୁ କଲୋନି ଠାରୁ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ରାସ୍ତାରେ ଆଣ୍ଠୁଏ ପାଣି ଜମିଥିବା, ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ପରିସର ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସମେତ ପୈାରାଚଂଳର ତଳିଆ ଅଚଂଳ ଗୁଡିକ ମଧ୍ୟ ବର୍ଷାଜଳରେ ପ୍ଲାବିତ ହୋଇ ବନ୍ୟାର ଭ୍ରମ ସୃଷ୍ଟି କରୁଥିଲା । ମୈାସୁମୀ ବର୍ଷା ଆରମ୍ଭରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିବା ବେଳେ ଆଗକୁ କିଭଳି ପରିସ୍ଥିତି ଉପୁଜିବ ତାହା ସମୟ କହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ