ସାମ୍ସଙ୍ଗ ଇଣ୍ଡିଆ ଟାବ୍ଲେଟ୍ ବର୍ଗକୁ ଗାଲାକ୍ସି ଟାବ୍ ଏସ୍୫ଇ ଓ ଗାଲାକ୍ସି ଟାବ୍ ଏ ୧୦.୧ ସହିତ ରିଡିଫାଇନ୍ କରିଛି

ସାମ୍ସଙ୍ଗ ଇଣ୍ଡିଆ ଟାବ୍ଲେଟ୍ ବର୍ଗକୁ ଗାଲାକ୍ସି ଟାବ୍ ଏସ୍୫ଇ ଓ ଗାଲାକ୍ସି ଟାବ୍ ଏ ୧୦.୧ ସହିତ ରିଡିଫାଇନ୍ କରିଛି
ସାମ୍ସଙ୍ଗ ଇଣ୍ଡିଆ ଟାବ୍ଲେଟ୍ ବର୍ଗକୁ ଗାଲାକ୍ସି ଟାବ୍ ଏସ୍୫ଇ ଓ ଗାଲାକ୍ସି ଟାବ୍ ଏ ୧୦.୧ ସହିତ ରିଡିଫାଇନ୍ କରିଛି

ସାମ୍ସଙ୍ଗ ଇଣ୍ଡିଆ, ଦେଶର ସବୁଠାରୁ ବିଶ୍ୱସନୀୟ ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ୍ ଫୋନ ବ୍ରାଣ୍ଡ ଆଜି ଗାଲାକ୍ସି ଟାବ୍ ଏସ୍୫ଇ ଓ ଗାଲାକ୍ସି ଟାବ୍ ଏ ୧୦.୧ ର ଶୁଭାରମ୍ଭ କରିଛି, ଏହା ସହିତ ଏହା ଟାବ୍ଲେଟ୍ ବିଭାଗରେ ଏହାର ଉତ୍ପାଦକୁ ମଜବୁତ୍ କରିପାରିଛି । ମିଲେନିଆଲ୍ ଓ ନୂତନ ବର୍ଗର ଯୁବପୀଢ଼ିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । ନୂତନ ଭାବରେ ଶୁଭାରମ୍ଭ କରାଯାଇଥିବା ଏସ୍୫ଇ ଓ ଗାଲାକ୍ସି ଟ୍ୟାବ୍ ଏ ୧୦.୧ ଅତୁଳନୀୟ ୟୁଜର ଅନୁଭୂତି ସହିତ ଉକ୍ରୃଷ୍ଟ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ ।
“ଆମର ନୂତନ ଟାବ୍ଲେଟ୍ ସାମ୍ସଙ୍ଗର ଦର୍ଶନ ‘ଯାହା ତୁମେ କରିପାରୁ ନାହଁ ତାହା କର’ ଦର୍ଶନରେ ଅନୁପ୍ରାଣିତ । ଗାଲାକ୍ସି ଟାବ୍ ଏସ୍୫ ରେ ରହିଛି ପିସି ପରି ସୁବିଧା ଯାହା ଡିଇଏକ୍ସ କାରଣରୁ ହୋଇପାରୁଛି । ଏହା ଏକ ୱାର୍କଷ୍ଟେସନ ଓ ଟାବ୍ଲେଟ୍ ଯାହା ଗୋଟିକରେ ରହିଛି । ଆମେ ମଧ୍ୟ ଏଂଟରଟେନ୍ମେଂଟ ଅନୁଭୂତିକୁ ଏକ ସୁପର ଆମୋଲେଡ୍ ଡିସ୍ପ୍ଲେ ଜରିଆରେ ରିଡିଫାଇନ୍ କରିଛୁ ଓ ଏଥିରେ ଟ୍ରୁ-ଟୁ-ଲାଇଫ୍ କ୍ୱାଡ୍ ସ୍ପିକର ରହିଛି । ଏହା ମଧ୍ୟ ବହୁତ ହାଲୁକା, ପତଳା ଟାବ୍ଲେଟ୍ ଯାହା ବ୍ୟବହାର ନିମନ୍ତେ ଅତ୍ୟନ୍ତ ଉପଯୋଗୀ” ବୋଲି କହିଛନ୍ତି ଆଦିତ୍ୟ ବବର, ଡାଇରେକ୍ଟର, ମୋବାଇଲ୍ ବିଜ୍ନେସ୍, ସାମ୍ସଙ୍ଗ ଇଣ୍ଡିଆ ।
ଗାଲାକ୍ସି ଟାବ୍ ଏସ୍୫ଇ
ଗାଲାକ୍ସି ଟାବ୍ ଏସ୫ଇ ହେଉଛି ପତଳା, ହାଲୁକା ଓ ଉନ୍ନତ ଭାବରେ ଡିଜାଇନ୍ କରାଯାଇଥିବା ସ୍ମାର୍ଟ ବୈଶିଷ୍ଟ୍ୟଯୁକ୍ତ ଯାହା ଆପଣଙ୍କୁ ସର୍ବଦା କନେକ୍ଟେଡ୍ ରଖିଥାଏ ଓ ଏହାର ଡିଜାଇନକୁ ଅତ୍ୟନ୍ତ ନିଖୁଣ ଭାବରେ କରାଯାଇଛି ।
ଋିଫାଇନ୍ଡ ଡିଜାଇନ୍, ଅଲ୍ଟ୍ରା-ଲାଇଟ୍ ଅନ୍-ଦି-ଗୋ
ଏହାର ଆକର୍ଷଣୀୟ, ରିଫ୍ରେସ୍ଡ ଡିଜାଇନ୍, ଗାଲାକ୍ସି ଟାବ୍ ଏସ୍୫ଇ ମିଲେନିଆଲ୍ଙ୍କ ନିମନ୍ତେ ସ୍ୱତନ୍ତ୍ରଭ ଭାବରେ ପ୍ରସ୍ତୁତ କରାଯାଇଛି । ଏହା ଅତୁଳନୀୟ ଭାବରେ ପତଳା, ୫.୫ ମିମି ସ୍ଲିକ୍ ମେଟାଲ୍ ବଡି, ଓ ଏହାର ଓଜନ ହେଉଛି ମାତ୍ର ୪୦୦ ଗ୍ରାମ୍, ଗାଲାକ୍ସି ଟାବ୍ ଏସ୍୫ଇ ହେଉଛି ଅଲ୍ଟ୍ରା ପୋର୍ଟେବଲ୍ – ଯାହାକୁ ଆପଣ ସବୁସ୍ଥାନରେ ସହଜରେ ବ୍ୟବହାର କରିପାରିବେ । ଏହାର ୧୪.୫ ଘଂଟାର ସଂପ୍ରସାରିତ ବ୍ୟାଟେରି ଲାଇଫ୍ ରହିଛି, ଏସ୍୫ଇ ଟାବ୍ରେ ଅପ୍ଟିମାଇଜ୍ ଦୀର୍ଘକାଳୀନ କାର୍ଯ୍ୟଦକ୍ଷତା ରହିଛି ଯାହା ଆପଣଙ୍କୁ ଦୀର୍ଘ ସମୟ ପାଇଁ ବ୍ରାଉଜ କରିବାର ସ୍ୱାଧିନତା ପ୍ରଦାନ କରିଥାଏ ।
ଡିଇଏକ୍ସ ଓ କି ବୋର୍ଡ଼ ସହିତ ୨-ଇନ୍-୧ ଅନୁଭୂତି ଲାଭ କରନ୍ତୁ
ଏଥିରେ ରହିଛି ସାମ୍ସଙ୍ଗ ଡିଇଏକ୍ସ ମୋଡ୍, ଗାଲାକ୍ସି ଟାବ୍ ଏସ୍୫ଇ ୟୁଜରମାନଙ୍କ ପାଇଁ ଏକ ପପ୍-ଅପ୍ ଅଫିସ ରୂପେ କାର୍ଯ୍ୟ କରେ । ଏହା ମିଲେନିଆଲମାନଙ୍କର ବହୁମୂଖୀ କାର୍ଯ୍ୟରେ ସହାୟତା ପ୍ରଦାନ କରିଥାଏ, ଗାଲାକ୍ସି ଟାବ୍ ଏସ୍୫ଇ କୁ ପୋଗୋ କି ବୋର୍ଡ଼ (ପୃଥକ ଭାବରେ ବିକ୍ରୟ ହୋଇଥାଏ) ସହିତ ସଂଯୁକ୍ତ କରି ୟୁଜର ସହଜରେ ଡିଇଏକ୍ସ ମୋଡ୍ ଓ ଆଣ୍ଡ୍ରଏଡ୍ ମୋଡ୍ ମଧ୍ୟରେ ସୁଇଚ୍ କରିପାରିବେ । ଆଉ ମଧ୍ୟ ନୂତନ ଓ ଉନ୍ନତ ଡିଇଏକ୍ସ ମଲଟି ଟାସ୍କିଂକୁ ଉନ୍ନତ କରିଥାଏ । ଡିିଇଏକ୍ସ ୨୦ ଟି ୱିଣ୍ଡୋଜ୍ ଅପରେସନକୁ ସହୟତା କରିଥାଏ ଓ କଂଜ୍ୟୁମର ଅପରେସନ ଯଥା ଡ୍ରାଗ୍ ଏଣ୍ଡ ଡ୍ରପ୍, ମିନିମାଇଜ୍ ଓ ମାକ୍ସିମାଇଜରେ ସହାୟତା କରେ ଯଦ୍ୱାରା ଏହାର ଉତ୍ପାଦକତାରେ ବୃଦ୍ଧି ହୋଇଥାଏ । ଏହା ସହିତ ଆପଣ ଟାବ୍ଲେଟ୍ ଦ୍ୱାରା କଲର ମଧ୍ୟ ଉତର ପ୍ରଦାନ କରିପାରିବେ ବା ମେସେଜର ଉତର ପ୍ରଦାନ କରିାପରିବେ ଯଦି ବା ଆପଣ ଫୋନକୁ ଘରେ ଛାଡ଼ି ଦେଇଥାନ୍ତି ।

ଉନ୍ନତ ଏଟଂରଟେନ୍ମେଂଟ
ଗାଲାକ୍ସି ଟାବ୍ ଏସ୍୫ଇ ୧୦.୫” ସୁପର ଆମୋଲେଡ୍ ଡିସ୍ପ୍ଲେରେ ୧୬:୧୦ ସ୍କ୍ରିନ୍ ଅନୁପାତ ରହିଛି ଯଦ୍ୱାରା ୟୁଜର ଏକ ସୁନ୍ଦର ଦୃଶ୍ୟ ଅନୁଭୂତି ପାଇପାରିବେ । ଟାବ୍ ଏସ୍୫ଇ ରେ ୧୦.୫ ଇଂଚ ଏଜ୍ ରୁ ଏଜ୍ ଡିସ୍ପ୍ଲେ ଓ ସ୍ଲିମ୍ଡ ଡାଉନ୍ ବିଜେଲ୍ ରହିଛି ଯାହା ଅତୁଳନୀୟ ୮୨% ସ୍କ୍ରିନ-ଟୁ-ବଡି ଅନୁପାତ ପ୍ରଦାନ କରିଥାଏ । ଟାବ୍ ଏସ୍୫ଇ ରେ ଆକର୍ଷକ ଭକ୍ଟକ୍ସରଆଲ୍ ରହିଛି ଯାହାକି କ୍ୱାଡ୍ ସ୍ପିକର ହେତୁ ଆକର୍ଷଣୀୟ ଶବ୍ଦ ପ୍ରଦାନ କରିଥାଏ । ଏହା ସହିତ ଏଥିରେ ରହିଛି ଅଟୋ ରୋଟେଟ୍ ଷ୍ଟେରିଓ ଟେକ୍ନୋଲୋଜି ଯାହା ଶକ୍ତିଶାଳୀ, ଲାଉଡ୍ ଅଡିଓ ପ୍ରଦାନ କରେ ଓ ଆପଣଙ୍କର ଟାବ୍ଲେଟ୍ ଧରିବା ସ୍ଥିତି ଅନୁସାରେ ଆଡାପ୍ଟ କରିଥାଏ (ପୋର୍ଟରେଟ୍/ ଲ୍ୟାଣ୍ଡସ୍କେପ) । ଟାବ୍ ଏସ୍୫ଇ ରେ ରହିଛି ଡଲ୍ବି ଆଟ୍ମୋସ୍ ଇଂଟିଗ୍ରେସନ ସହିତ ଏକେଜି ସାଉଣ୍ଡ ଯାହା ଇମର୍ସିଭ୍ ୩ଡି ସାଉଣ୍ଡ ଓ ସନ୍ତୁଳିତ ଅଡିଓ ପ୍ରଦାନ କରିଥାଏ । ଗାଲାକ୍ସି ଟାବ୍ ଏସ୍୫ଇ ରେ ରହିଛି କୁଇକ୍-ଚାର୍ଜିଂ, ୭୦୪୦ ଏମ୍ଏଏଚ୍ (ଟିପିକାଲ୍) ବ୍ୟାଟେରି ଲାଇଫ୍ ଯାହା ଦୀର୍ଘ ଜୀବନ ପ୍ରଦାନ କରିଥାଏ । ଏହାର ଅର୍ଥ ହେଉଛି ଆପଣ ୧୪.୫ ଘଂଟା ପାଇଁ ନନ୍ ଷ୍ଟପ ଦେଖିପାରିବେ ।
କନେକ୍ଟେଡ୍ ଲିଭିଂ ଓ ସିକ୍ୟୁରିଟି
ଗାଲାକ୍ସି ଟାବ୍ ଏସ୍୫ଇ ରେ କଲ୍-ମେସେଜ୍ କଂଟିନ୍ୟୁଟି ବୈଶିଷ୍ଟ୍ୟ ରହିଛି ଯାହା ଦ୍ୱାରା ୟୁଜର ତାଙ୍କର ଟାବ୍ଲେଟରୁ ଏକ କଲର ଉତର ପ୍ରଦାନ କରିପାରିବେ- ଏପରିିକି ଯଦି ଆପଣ ଫୋନ୍କୁ ଘରେ ଛାଡ଼ି ଯାଇଥାନ୍ତି । ଗାଲାକ୍ସି ଟାବ୍ ଏସ୍୫ଇ ରେ ରହିଛି ଫ୍ୟାମିଲି ସେୟାର ବୈଶିଷ୍ଟ୍ୟ ଯେଉଁଥିରେ ତାଙ୍କର ପରିବାର ସଦସ୍ୟଙ୍କର ସାମସଙ୍ଗ ଆକାଉଂଟକୁ ଫ୍ୟାମିଲି ଗ୍ରୁପ୍ରେ ଆଡ୍ କରି ଫଟୋ, ଇଭେଂଟ ଓ ନୋଟକୁ ବହୁତ ସହଜରେ ପରସ୍ପର ସହିତ ସେୟାର କରାଯାଇପାରିବ । ଗାଲାକ୍ସି ଟାବ୍ ଏସ୍୫ଇ ରେ ରହିଛି ବାୟୋମେଟ୍ରିକ୍ ଅନଲକିଂ – ଫେସ୍ ରେକୋଗନିସନ ଏବଂ/ କିମ୍ବା ଫିଙ୍ଗରପ୍ରିଂଟ ସ୍କାନର ଯାହା ଉକ୍ରୃଷ୍ଟ ସିକ୍ୟୁରିଟି ପ୍ରଦାନ କରିଥାଏ ।
ଗାଲାକ୍ସି ଟାବ୍ ଏ ୧୦.୧
ଗାଲାକ୍ସି ଟାବ୍ ୧୦.୧ କୁ କମ୍ ମୂଲ୍ୟରେ ପ୍ରିମିୟମ ମଲ୍ଟିମିଡିଆ ଅନୁଭବ ପାଇଁ ପ୍ରଦାନ କରାଯାଇଛି । ଏହା ୟୁଜରମାନଙ୍କୁ ଏକ ଅତୁଳନୀୟ ୟୁଜର ଅନୁଭୂତି ପ୍ରଦାନ କରିଥାଏ ଯେଉଁଥିରେ ଏକ ବଡ଼ ସ୍କ୍ରିନ୍ ଓ ଶକ୍ତିଶାଳୀ ହାର୍ଡ଼ଓୟାର ରହିଛି ।
ଟାଇମ୍ଲେସ୍ ଡିଜାଇନ୍
ଗାଲାକ୍ସି ଟାବ୍ ୧୦.୧ ରେ ରହିଛି ମେଟାଲ୍ ୟୁନିବଡି ଡିଜାଇନ୍ ଯାହାକି ଏହାକୁ ଏକ ଷ୍ଟାଇଲିସ୍ ଲୁକ୍ ପ୍ରଦାନ କରିଥାଏ । ଏଥିରେ ମଧ୍ୟ ରହିଛି ସ୍ୱତନ୍ତ୍ର ୧୦.୧” ଫୁଲ୍ ଏଚ୍ଡି କର୍ଣ୍ଣର-ଟୁ-କର୍ଣ୍ଣର ଡିସ୍ପ୍ଲେ ଯଦ୍ୱାରା ୟୁଜର ଅନେକ ଗୁଡ଼ିଏ କଂଟେଂଟକୁ ଦେଖି ପାରିବେ, ଷ୍ଟ୍ରିମ୍ କରିପାରିବେ ଓ ବ୍ରାଉଜ୍ କରିପାରିବେ । ଗାଲାକ୍ସି ଟାବ୍ ଏ ୧୦.୧ ର ଓଜନ ୪୭୦ ଗ୍ରାମରୁ କମ୍ ଓ ଏହାର ମୋଟେଇ ମାତ୍ର ୭.୫ ମିମି ମୋଟା ଯାହାକି ଏହାକୁ ବ୍ୟବହାର କରିବା ବହୁତ ସହଜ କରିଥାଏ ।
ବେଷ୍ଟ-ଇନ୍ କ୍ଲାସ୍ କାର୍ଯ୍ୟଦକ୍ଷତା
ଗାଲାକ୍ସି ଟାବ୍ ଏ୧୦.୧ ରେ ରହିଛି ଟ୍ରୁ ସିନେମାଟିକ୍ ଅନୁଭବ, ଏହା ସହିତ ଡଲ୍ୱି ଆଟ୍ମସ ୩ଡି ସରାଉଣ୍ଡ ସାଉଣ୍ଡ ଓ ଉନ୍ନତ ଡୁଆଲ୍ ଷ୍ଟେରିଓ ସ୍ପିକର । ଏହାର ଶକ୍ତିଶାଳୀ ଏପି ଫାଷ୍ଟର ସ୍ପିଡ୍ ଓ ଫ୍ଲଲେସ୍ ଅପରେସନ ପ୍ରଦାନ କରିଥାଏ ଯଦ୍ୱାରା ୟୁଜରମାନେ ତାଙ୍କର ଏଂଟରଟେନ୍ମେଂଟ ଅନୁଭବରେ ଆହୁରି ଉନ୍ନତି ଆଣିପାରିବେ । ମାଇକ୍ରୋ ଏସ୍ଡି କାର୍ଡ଼ ସହିତ, ୟୁଜର ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଯୋଗ କରିପାରିବେ । ବ୍ୟାଘାତମୁକ୍ତ ଏଂଟରଟେନ୍ମେଂଟ ପାଇଁ ଗାଲାକ୍ସି ଟାବ୍ ଏ ୧୦.୧ ରେ ରହିଛି ଶକ୍ତିଶାଳୀ ଦୀର୍ଘସ୍ଥାୟୀ ୬୧୫୦ ଏମ୍ଏଏଚ୍ ବ୍ୟାଟେରି । ୟୁଜର ଏହାର କଂଟେଟ୍କୁ ଅତ୍ୟନ୍ତ କ୍ଲାରିଟି ଓ ପର୍ଯ୍ୟାପ୍ତ ବ୍ରାଇଟ୍ନେସ୍ରେ ଦେଖିପାରିବେ କାରଣ ଗାଲାକ୍ସି ଟାବ୍ ଏ୧୦.୧ ରେ ଉନ୍ନତ ଡିସ୍ପ୍ଲେ ରହିଛି । ସ୍କ୍ରିନ୍ରେ ୪୦୦ ନିଟ୍ସର ବ୍ରାଇଟ୍ନେସ୍ ରହିଛି ଯାହା ଉଜ୍ଜ୍ୱଳ ଓ ସ୍ପଷ୍ଟ ରିଜୋଲ୍ୟୁସନ ପ୍ରଦାନ କରିଥାଏ ।
ବେଷ୍ଟ-ଇନ୍ କ୍ଲାସ୍ ବୈଶିଷ୍ଟ୍ୟ
ଗାଲାକ୍ସି ଟାବ୍ ଏ ୧୦.୧ ରେ ମଧ୍ୟ ରହିଛି କିଡ୍ସ ହୋମ୍, ଯାହା ପିଲାମାନଙ୍କୁ ତାଙ୍କର ସୃଜନଶୀଳତା ବିକାଶ କରିବାରେ ସହାୟତା କରିଥାଏ । ଅଭିଭାବକମାନେ ସହଜରେ କୁଇକ୍ ପାନେଲ୍ରେ କିଡ୍ସ ହୋମ୍କୁ ଚଲାଇପାରିବେ ଓ ପିଲାଙ୍କର ଖେଳିବା ସମୟ, ଆପ୍ ଓ ମିଡିଆକୁ ନିର୍ଦ୍ଦାରିତ କରିପାରିବେ । ଗାଲାକ୍ସି ଟାବ୍ ଏ ୧୦.୧ ରେ ରହିଛି ଅନେକ ଲେଗୋ ଗେମ୍ କଂଟେଟ ଓ ନେଟିଭ୍ ଆପ୍ ଯଥା ମାଇଁ ଆର୍ଟ ଷ୍ଟୁଡିଓ, କ୍ରୋକ୍ରୋ ଆଡ୍ଭେଂଚର ଇତ୍ୟାଦି । ନୂତନ ଗାଲାକ୍ସି ଟାବ୍ ଏ ୧୦.୧ ଏହା ସୁନିଶ୍ଚିତ କରିଥାଏ ଯେ ୟୁଜର ପିଲାଙ୍କର ସ୍କ୍ରିନ ଟାଇମକୁ ଅନୁଧ୍ୟାନ କରିପାରିବେ । ଏହା ମଧ୍ୟ ପିଲାମାନଙ୍କୁ କ୍ଷତିକାରକ କଂଟେଟର ଆକ୍ସେସରୁ ପିଲାମାନଙ୍କୁ ସୁରକ୍ଷିତ ରଖିଥାଏ । ସମାନ୍ତରାଳ କଂଟ୍ରୋଲ୍ ବୈଶିଷ୍ଟ୍ୟ ଦ୍ୱାରା ୟୁଜର ପିଲାମାନଙ୍କର ଡିଭାଇସ୍ ବ୍ୟବହାର ପାଇଁ ଟାଇମ୍ ଲିମିଟର ନିର୍ଦ୍ଧାରଣ କରିପାରିବେ ।
ମୂଲ୍ୟ ଓ ଉପଲବ୍ଧତା
ଉଭୟ ଗାଲାକ୍ସି ଟାବ୍ ଏସ୍୫ଇ ଓ ଗାଲାକ୍ସି ଟାବ୍ ଏ୧୦.୧ ତିନିଟି ସୁନ୍ଦର କଲରରେ ଆସିଥାଏ ଯଥା – ସିଲ୍ଭର, ବ୍ଲାକ୍ ଓ ଗୋଲ୍ଡ । ଗାଲାକ୍ସିର ୱାଇ-ଫାଇ ଓନ୍ଲି ଭାରିଆଂଟ ଟାବ୍ ଏସ୍୫ଇର ମୂଲ୍ୟ ହେଉଛି ଆଇଏନ୍ଆର ୩୫,୯୯୯ ଯେତେବେଳେ କି ୱାଇ-ଫାଇ + ଏଲ୍ଟିଇ ଭାରିଆଂଟର ମୂଲ୍ୟ ହେଉଛି ଆଇଏନ୍ଆର ୩୯,୯୯୯ । ଗାଲାକ୍ସି ଟାବ୍ ଏସ୍୫ଇ ଜୁନ୍ ୨୪ ରୁ ସମସ୍ତ ଅଗ୍ରଣୀ ରିଟେଲ୍ ଷ୍ଟୋର, ସାମ୍ସଙ୍ଗ ଇ-ସପ୍ ଓ ସାମସଙ୍ଗ ଅପେରା ହାଉସ୍ରେ ଉପଲବ୍ଧ ହେବ । ଗାଲାକ୍ସି ଟାବ୍ର ଏସ୍୫ଇ ୱାଇ-ଫାଇ ଭାରିଆଂଟ ମଧ୍ୟ ଆମାଜନ୍.ଇନ୍ରେ ଉପଲବ୍ଧ ହେବ ଯେତେବେଳେ କି
ୱାଇ-ଫାଇ + ଏଲଟିଇ ଭାରିଆଂଟ ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ । ଗାଲାକ୍ସି ଟାବ୍ ଏ ୧୦.୧ ୱାଇ-ଫାଇ ଭାରିଆଂଟର ମୂଲ୍ୟ ରହିଛି ଟ.୧୪,୯୯୯ ଯେତେବେଳେକି ୱାଇ-ଫାଇ +ଏଲ୍ଟିଇ ଭାରିଆଂଟର ମୂଲ୍ୟ ରହିଛି ଟ.୧୯,୯୯୯ । ଗାଲାକ୍ସି ଟାବ୍ ଏ୧୦.୧ (ୱାଇ-ଫାଇ କେବଳ) କେଳବ ଆମାଜନ୍.ଇନ୍ ଓ ସାମ୍ସଙ୍ଗ ଇ-ସପ୍ରେ ଜୁନ୍ ୨୬ ଠାରୁ ଉପଲବ୍ଧ ହେବ । ଗାଲାକ୍ସି ଟାବ୍ ଏ୧୦.୧ (ୱାଇ-ଫାଇ +ଏଲ୍ଟିଇ) ସମସ୍ତ ଅଗ୍ରଣୀ ରିଟେଲ୍ ଷ୍ଟୋର, ଇସପ୍ ଓ ସାମ୍ସଙ୍ଗ ଅପେରା ହାଉସ୍ରେ ଜୁଲାଇ ୧ ରୁ ଉପଲବ୍ଧ ହେବ । ଏହି ମଡେଲ୍ ମଧ୍ୟ ଆମାଜନ୍.ଇନ୍ରେ ଉପଲବ୍ଧ ହେବ ।
ଶୁଭାରମ୍ଭ ଅଫର
ଯେଉଁ ଗ୍ରାହକମାନେ ଗାଲାକ୍ସି ଟାବ୍ ଏସ୍୫ଇ କୁ ଜୁଲାଇ ୩୧ ପୂର୍ବରୁ କ୍ରୟ କରିବେ ସେମାନେ ବୁକ୍ କଭର କିବୋର୍ଡ଼କୁ ଏହାର ଏମ୍ଆରପି ଆଇଏନ୍ଆର ୭୯୯୯ ପରିବର୍ତେ ଆଇଏନ୍ଆର ୩୫୦୦ ରେ ବିମୋଚନ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ