ସାମୟିକ ବନ୍ଦ ହୋଇପାରେ ଜେଟ୍ ଏୟାର୍ୱେଜ୍
ମୁମ୍ବାଇ, (ଏଜେନ୍ସି): କିଙ୍ଗଫିଶର୍ ଏୟାର୍ଲାଇନ୍ସ ପରି ଜେଟ୍ ଏୟାର୍ୱେଜ୍ ସମ୍ମୁଖରେ ମଧ୍ୟ ବନ୍ଦ ହେବା ଭଳି ସ୍ଥିତି ଉପୁଜିଛି । ନରେଶ ଗୋଏଲ୍ଙ୍କ ଦ୍ୱାରା ସ୍ଥାପିତ କମ୍ପାନୀ ଅତିଶୀଘ୍ର ବିଜୟ ମାଲ୍ୟାଙ୍କ କିଙ୍ଗଫିଶର୍ ଏୟାର୍ଲାଇନ୍ସ ପରି ବନ୍ଦ ହେବାର ସମ୍ଭାବାନା ରହିଛି, କାହିଁକି ନା ଜେଟ୍ର ଶେୟାର ବିକ୍ରି ପ୍ରୟାସ ବିଫଳ ହେବା ଭଳି ପ୍ରତୀୟମାନ ହେଉଛି । ପ୍ରକାଶ ଯେ କଥିତ ଭାବେ ନରେଶ ଗୋଏଲ୍ଙ୍କ ପ୍ରତିନିଧିତ୍ୱକାରୀ ୩ କମ୍ପାନୀଗୁଡ଼ିକର ସମୂହ ବୋଲି ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଛନ୍ତି । ଏହା ପୂର୍ବରୁ ଏତିହାଦ୍ ଏୟାର୍ୱେଜ୍ ଓ ଟିପିଜି କ୍ୟାପିଟାଲ୍ ସ୍ପଷ୍ଟ କରିଥିଲେ ଯେ ଯଦି ଗୋଏଲ୍ ଜେଟ୍ ଏୟାର୍ୱେଜ୍ରୁ ନହଟନ୍ତି ତେବେ ସେମାନେ ବୋଲି ପ୍ରକ୍ରିୟାରେ ସାମିଲ ହେବେନାହିଁ । ଇତି ମଧ୍ୟରେ ଜେଟ୍ ମ୍ୟାନେଜ୍ମେଣ୍ଟ ନିଜ ବୋର୍ଡ଼ ସମ୍ମୁଖରେ କମ୍ପାନୀର ସଂଚାଳନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପ୍ରସ୍ତାବ ରଖିଛନ୍ତି । କାହିଁକି ନା କମ୍ପାନୀକୁ ଋଣ ପ୍ରଦାନକାରୀ ବ୍ୟାଙ୍କ୍ ପକ୍ଷରୁ ଏବେ ଫଣ୍ଡିଂ ମିଳିବାର କୌଣସି ସମ୍ଭାବନା ନାହିଁ । ଫଣ୍ଡିଂ କ୍ରାଇସିସ୍ କାରଣରୁ ଜେଟ୍ ଏୟାର୍ୱେଜ୍ ଏବେ କେବଳ ୭ଟି ବିମାନ ଉଡ଼ାଉଛି । କାହିଁକି ନା ଏହା ପ୍ରତ୍ୟେହ ବହୁ କଷ୍ଟରେ ବିମାନଗୁଡ଼ିକର ତେଲ ଖର୍ଚ୍ଚ ଉଠାଉଛି । ନରେଶ ଗୋଏଲ୍ଙ୍କ ଜେନେରାଲ୍ ସେଲ୍ସ ଏଜେନ୍ସି ଜେଟ୍ ଏୟାର୍ ଏକ ଆମେରିକୀୟ କମ୍ପାନୀ ଫ୍ୟୁଚର୍ ଟ୍ରେଣ୍ଡ କ୍ୟାପିଟାଲ୍ ଓ ଲଣ୍ଡନର କମ୍ପାନୀ ଏଡ଼ି ପାର୍ଟନର୍ସଙ୍କ ସାହାଯ୍ୟରେ ଜେଟ୍ର କ୍ରୟରେ ନିଜସ୍ୱ ଇଚ୍ଛା ପ୍ରକାଶ କରିଛି । ସୂଚନାଯୋଗ୍ୟ ଯେ ଜେଟ୍ ଏୟାର୍ରୁ ହିଁ ଜେଟ୍ ଏୟାର୍ୱେଜ୍ର ଉତ୍ପତି ହୋଇଥିଲା । ଏବେ ଏସ୍ବିଆଇ କ୍ୟାପ୍ସକୁ ଉଚିତ୍ ବୋଲିଦାତାଙ୍କ ଚୟନ କରିବାକୁ ହେବ । ଏତିହାଦ୍, ଟିପିଜି ଓ ଇଣ୍ଡିଗୋ କ୍ୟାପିଟାଲ୍ ଆଦି ଏକ୍ସପ୍ରେସନ୍ ଅଫ୍ ଇଣ୍ଟ୍ରେଷ୍ଟ ଜମାକାରୀ ସାମିଲ ଅଛନ୍ତି । ତେବେ ସରକାରୀ ସଂସ୍ଥା ନ୍ୟାସ୍ନାଲ୍ ଇନ୍ଫ୍ରାଷ୍ଟ୍ରକଚ୍ର ଆଣ୍ଡ ଇନ୍ଭେଷ୍ଟମେଣ୍ଟ ଫଣ୍ଡ ସିଧା ବୋଲି ଲଗାଇବାର ସମ୍ଭାବନା ରହିଛି ।
ପ୍ରକାଶ ଯେ ଏତିହାଦ୍ ଜେଟ୍ ଏୟାର୍ୱେଜ୍ରେ ନିବେଶ କରିବାକୁ ଦୁଇଟି ସର୍ତ୍ତ ରଖିଛି । ଗୋଟିଏ କମ୍ପାନୀରୁ ଗୋଏଲ୍ ସମ୍ପୂର୍ଣ୍ଣ ବହିସ୍କୃତ ହେବେ ଓ ଅନ୍ୟଟି ହେଉଛି ଶେୟାର ବଜାରର ସେହି ନିୟମରୁ ରିହାତି ଯାହା ଅଧିନରେ କୌଣସି କମ୍ପାନୀରେ ୨୫% ଶେୟାର କିଣିବା ସ୍ଥଳେ ୨୦% ଶେୟାରକୁ ନିଜ ଅଫର୍ରେ ରଖିବାର ବାଧ୍ୟତା । ଏତିହାଦ୍ ନିକଟରେ ଏବେ ଜେଟ୍ ଏୟାର୍ୱେଜ୍ର ୨୪% ଶେୟାର ରହିଛି । ଯାହାକୁକି ସେ ନିଜ ପାଖରେ ରଖିବାକୁ ଚାହୁଁଛି । ତେବେ ଗୋଏଲ୍ଙ୍କ ନିକଟରେ ଜେଟ୍ର ସମୁଦାୟ ୫୧% ଶେୟାର ରହିଛି । ଏଥିମଧ୍ୟରୁ ୩୧% ସେ ପୂର୍ବରୁ ହିଁ ବ୍ୟାଙ୍କ୍ ନିକଟରେ ବନ୍ଧକ ପଡ଼ିଛି । ସେ ନିଜ ଭାଗର ବଳକା ଶେୟାରକୁ ବନ୍ଧକ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଏଯାବତ୍ ସେ ଏହାକୁ କାର୍ଯ୍ୟକାରୀ କରିନାହାଁନ୍ତି । ସେ ସମୁଦାୟ ୪୧.୪% ବ୍ୟାଙ୍କ୍ ନିକଟରେ ବନ୍ଧକ ରଖିବାକୁ କହିଛନ୍ତି । ତେବେ ସେ ନିଜର ୯.୯% ଶେୟାର ବନ୍ଧକ ରଖିବା ଅନୁଚିତ୍ ବୋଲି ଦର୍ଶାଇଛନ୍ତି । ବର୍ତ୍ତମାନ୍ ଜେଟ୍ ନିକଟରେ ସମୁଦାୟ ୧୭ଟି ବିମାନ ରହିଛି । ଏଥିରୁ ଅଧିକତର ଚଉଡ଼ା ବଡ଼ି ଯୁକ୍ତ ୭୭୭ ଓ ଏୟାର୍ବସ୍ ଏ୩୩୦ । ବଳକା ପ୍ଲେନ୍ ଜେଟ୍ ଲିଜ୍ରେ ନେଇଥିଲା । ଗତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ କମ୍ପାନୀ ନିକଟରେ ୧୨୪ ପ୍ଲେନ୍ର ବେଡ଼ା ରହିଥିଲା । ଅନ୍ୟପକ୍ଷରେ ଜଣେ ବରିଷ୍ଠ ବ୍ୟାଙ୍କର୍ଙ୍କ ଅନୁସାରେ ପିଏନ୍ବି, ଆଇସିଆଇସିଆଇ ଓ ଏସ୍ ବ୍ୟାଙ୍କ୍ ଜେଟ୍ ଏୟାର୍ୱେଜ୍କୁ ଆପାତ୍କାଳୀନ ଫଣ୍ଡ ଦେବା ପକ୍ଷରେ ନଥିବା ବେଳେ ଏସ୍ବିଆଇ, ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ୍ ଓ ସିଣ୍ଡିକେଟ୍ ଏହା ସପକ୍ଷରେ ଅଛନ୍ତି ।


