୫୧ ହଜାରରୁ ଊଦ୍ଧ୍ୱର୍ ଡେଲିଭରୀ ଏଜେଣ୍ଟସ୍କୁ ମିଳିବ ରୋଜଗାର
ନୂଆଦିଲ୍ଲୀ, (ଏଜେନ୍ସି): ଦେଶର ବୃହତ୍ତ ଇ-କମର୍ସ କମ୍ପାନୀଗୁଡ଼ିକ ଓ ଷ୍ଟାର୍ଟଅପ୍ସ ବର୍ଦ୍ଧିତ ପ୍ରତିଦ୍ୱନ୍ଦିତା ମଧ୍ୟରେ ଶେଷ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ପହଞ୍ଚୁଥିବା ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଲିଙ୍କ୍, ଡେଲିଭରି ଫ୍ଲିଟ୍କୁ ସୁଦୃଢ଼ କରିବାକୁ ପ୍ରସ୍ତୁତ ଚଳାଇଛି । ସ୍ୱିଗୀ, ଗ୍ରୋଫର୍ସ, ମିଲ୍କବାସ୍କେଟ୍ ଓ ଶାଡ଼ୋଫକ୍ସ ବର୍ତ୍ତମାନର ଆର୍ଥିକ ବର୍ଷରେ ଡେଲିଭରି ଟିମ୍କୁ ଦୁଇଗୁଣା କରିବ । ହେଲେ ଆମାଜନ୍ ଓ ବିଗ୍ବାସ୍କେଟ୍ ପରି ବଡ଼ କମ୍ପାନୀଗୁଡ଼ିକର ମଧ୍ୟ ଡେଲିଭରି ସିଷ୍ଟମକୁ ବୃଦ୍ଧି କରିବାର ଯୋଜନା ରହିଛି । ଇ-କମର୍ସ ବ୍ୟବସାୟରେ ଉପଭୋକ୍ତାଙ୍କ ଉନ୍ନତ ଅନୁଭବ କମ୍ପାନୀର ବ୍ୟବସାୟକୁ ବୃଦ୍ଧି କରିବାରେ ଗୁରୁତ୍ତ୍ୱପୂର୍ଣ୍ଣ ହୋଇଥାଏ । ଫଣ୍ଡ ମିଳିବା, ମାର୍କେଟ୍ ବୃଦ୍ଧି ଓ ଇଣ୍ଡଷ୍ଟ୍ରୀରେ ନୂଆ କମ୍ପାନୀ ଅବତରଣ କରିବା ପରେ କମ୍ପାନୀଗୁଡ଼ିକର ଡେଲିଭରି ଷ୍ଟାଫ୍ଙ୍କର ନିଯୁକ୍ତି ବୃଦ୍ଧି କରୁଛନ୍ତି । ଷ୍ଟାଫିଂ ଫର୍ମଟିମ୍ଲିଜ୍ ସର୍ଭିସେସ୍ର ଅନୁମାନନୁସାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଷାଣ୍ମାସିକରେ ଡେଲିଭରି ଏଜେଣ୍ଟସ୍ଙ୍କ ପାଇଁ ୫୧ହଜାରରୁ ଅଧିକ ଫାଙ୍କା ରହିବ । ଏହା ବର୍ଷ ଶେଷ ସୁଦ୍ଧା ବୃଦ୍ଧି ପାଇ ୧,୨୧,୬୦୦ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି । ହ୍ୟୁମାନ୍ ରିସୋର୍ସ କନ୍ସଲ୍ଟିଂ ଫର୍ମ ର୍ୟାଣ୍ଡଷ୍ଟେଡ଼୍ ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ପଲ୍ ଡୁପନିସ୍ ପ୍ରକାଶ କରିଛନ୍ତି ଯେ ଅଧିକତର ହାଇପର୍-ଲୋକାଲ୍ ଡେଲିଭରି କମ୍ପାନୀରେ ଭଲ କ୍ୟାପିଟାଲ୍ ସଂଗ୍ରହ କରିଛନ୍ତି । ଏଥିସହ ଏହାର ଏକ ବଡ଼ ଅଂଶ ଡେଲିଭରି ଫ୍ଲିଟ୍ର ଆକାର ବଢ଼ାଇବାରେ ଖର୍ଚ୍ଚ ହେବ । ସେ କହିଛନ୍ତି ଯେ ମେଟ୍ରୋ ସହରର ବାହର ଏକ୍ସପେନ୍ସନ ମଧ୍ୟ ଏହି ଫାର୍ମର ଯୋଜନାରେ ସାମିଲ ରହିଛି । ଏହି କାରଣରୁ ମଧ୍ୟ ନିଯୁକ୍ତି ବଢ଼ାଇବାର ଆବଶ୍ୟକ ହେବ । ଗ୍ରସରୀ ଡେଲିଭରି ଷ୍ଟାର୍ଟଅପ୍ ଗ୍ରୋଫର୍ସ ଗତ ମାସାରେ ସଫ୍ଟବ୍ୟାଙ୍କ୍ ଭିଜନ୍ ଫଣ୍ଡ ୬କୋଟି ଡଲାରର ନୂଆ କ୍ୟାପିଟାଲ ସଂଗ୍ରହ କରିଥିଲେ । ଗ୍ରୋଫର୍ସର ଏଚ୍ଆର୍ ବିଭାଗର ମୁଖ୍ୟ ଅଙ୍କୁଶ ଅରୋଡ଼ା ଦର୍ଶାଇଛନ୍ତି ଯେ ଚଳିତ ବର୍ଷ କମ୍ପାନୀର ଡେଲିଭରି ଟିମ୍ ଦୁଇଗୁଣା ହୋଇପାରେ । ବିଗ୍ବାସ୍କେଟ୍ ସମଗ୍ର ଦେଶରେ ୪ ହଜାରରୁ ୫ହଜାର ଡେଲିଭରି ଏଜେଣ୍ଟ ନିଯୁକ୍ତି ପ୍ରଦାନ କରିବାକୁ ଯାଉଛି ।


