ସାଳନ୍ଦୀ ବିଜୁ ସେତୁ ଠାରୁ ଟିକିରା ଆପ୍ରୋଜ୍ ରୋଡରେ ଜମି ଚିହ୍ନଟ

(ଫଟୋ)
ବନ୍ତ,୧୯/୧୨(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସାଳନ୍ଦୀ ବିଜୁ ସେତୁ ଠାରୁ ଟିକିରା ଆପ୍ରୋଜ୍ ରୋଡରେ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରାଯାଇଛି । ଜମି ଚିହ୍ନଟ ବେଳେ ତହସିଲଦାର ଇନ୍ଦିରା ସାହୁ, ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌.ଡି.ଓ କାଳନ୍ଦି ଚରଣ ବେହେରା, କନିଷ୍ଠ ଯନ୍ତ୍ରୀ କୃଷ୍ଣପଦ ମହାନ୍ତି, ଅମିନ ଅଜାତଶତ୍ରୁ ଦାସ, ଗଜେନ୍ଦ୍ର ଦାସ ଉପସ୍ଥିତ ଥିଲେ । ପ୍ରକାଶ ଯେ, ଟିକିରା ଓ ଶ୍ରୀରାମପୁର ଗ୍ରାମର ସଂଯୋଗ ପାଇଁ ଗତ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାଳନ୍ଦୀ ନଦୀ ଉପରେ ବିଜୁସେତୁର ଶୁଭ ଉଦ୍‌ଘାଟନ ହୋଇଥିଲା । ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କା ଅଟକଳ ମୂଲ୍ୟରେ ଏହି ସେତୁର ନିର୍ମାଣ କାର୍ଯ୍ୟ ଗତ ୨୦୧୭ ମସିହାରେ ଶେଷ ହେବାକୁ ଧାର୍ଯ୍ୟ ହୋଇଥିଲା । ମାତ୍ର ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନାହିଁ । ସେତୁ ନିର୍ମାଣ ନହେବା ଫଳରେ ଲୋକ ମାନେ ପାଣିରେ ପସି ଯାଆସ କରୁଥିବା ଦେଖାଯାଉଛି । ଏହି ସେତୁ ନିର୍ମାଣ ହେଲେ ୩ଟି ବ୍ଲକ ୧୮ଟି ପଞ୍ଚାୟତର ଲୋକେ ଉପକୃତ ହୋଇପାରିବେ । ନିମ୍ନମାନର କାର୍ଯ୍ୟ ଓ ବିଳମ୍ବ ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ଜଣାଇ ଆସୁଥିଲେ ମଧ୍ୟ ପ୍ରଶାସନ ଚୁପ୍ ହୋଇବସିଛି । ଆପ୍ରୋଜ୍ ରୋଡ୍ ନିର୍ମାଣ ସ୍ଥାନରେ ଜମି ଦ୍ୱନ୍ଦ ଓ ଅନ୍ୟାନ୍ୟ କାରଣ ରହିଥିଲା । ହେଲେ ଗତକାଲି ଆପ୍ରୋଜ୍ ରୋଡ୍ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଚିହ୍ନଟ କାର୍ଯ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ