ସାହିତ୍ୟ ଏକାଡେମୀ ପ୍ରତିଷ୍ଠ୍ା ଦିବସ ଊପଲକ୍ଷେ ବିବିଧ ପ୍ରତିଯୋଗିତା
ଯାଜପୁର, (ଯୁଗାବ୍ଦ ନ୍ୟୁଜ୍) : ଓଡିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଜୁଲାଇ ୨୫ ତାରିଖରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ବ୍ଳ୍କ, ଜିଲ୍ଳ୍ା ସ୍ତରରେ ବିବିଧ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ । ଜିଲ୍ଳ୍ା ସ୍ତରରୁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରକୁ ପ୍ରେରଣ କରାଯିବ । ଯାଜପୁର ଜିଲ୍ଳ୍ା ସ୍ତର ପ୍ରତିଯୋଗିତା ଜୁଲାଇ ୨ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଳ୍ା ସ୍କୁଲ ଠାରେ ଅନୁଷ୍ଠିତ ହେବ । ଏଥିରେ ଓଡିଆ ପ୍ରବନ୍ଧ, କବିତା ଆବୃତ୍ତି, ଓଡିଆ ବକ୍ତୃତା, ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡିଆ ଅନୁବାଦ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଷଷ୍ଠରୁ ସପ୍ତମ କନିଷ୍ଠ ଓ ଅଷ୍ଟମରୁ ଦଶମ ଶ୍ରେଣୀର ଚ୍ଥାତ୍ର ଚ୍ଥାତ୍ରୀ ବରିଷ୍ଠ ବିଭାଗ ଭାବେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ପ୍ରତ୍ୟେକ ବ୍ଳ୍କ ଓ ପୈାରାଞ୍ଚଳରୁ କନିଷ୍ଠ ଓ ବରିଷ୍ଠ ବିଭାଗର ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇ ତାହାର ପ୍ରଥମ ପ୍ରତିଯୋଗୀ ମାନେ ଜିଲ୍ଳ୍ା ସ୍ତର ପାଇଁ ଯୋଗ୍ୟ ବିବେଚିତ ହେବେ । ବ୍ଳ୍କ ଓ ପୈାରାଞ୍ଚଳ ସ୍ତରରେ ବ୍ଳ୍କ ଶିକ୍ଷା ଅଧିକାରୀ ମାନେ ଏହାକୁ ଆୟୋଜନ କରିବେ ଓ ଜୁନ୍ ୨୯ ତାରିଖ ମଧ୍ୟରେ ଏହି ପ୍ରତିଯୋଗିତା ମାନ ସଂପନ୍ନ ହେବା ପରେ ଜିଲ୍ଳ୍ା କାର୍ଯ୍ୟାଳୟକୁ ୨୯ ତାରିଖ ଦିନ ସମସ୍ତ କୃତି ପ୍ରତିଯୋଗଙ୍କ ନାମ ତାଲିକା ଜିଲ୍ଳ୍ା କାକର୍ଯ୍ୟୃାଳୟକୁ ପ୍ରେରଣ କରିବେ । ତେଣୁ ପ୍ରତ୍ୟେକ ବ୍ଳ୍କ ବା ପୈାରାଞ୍ଚଳର ଆଗ୍ରହୀ ପ୍ରତିଯୋଗୀ ମାନେ ସଂପୃକ୍ତ ବ୍ଳ୍କ କାର୍ଯ୍ୟାଳୟ ବା ବ୍ଳ୍କ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଚ୍ଥି । ରାଜ୍ୟ ସ୍ତରରେ କନିଷ୍ଠ ବିଭାଗର ପ୍ରତିଯୋଗିତା ଗୁଡିକ ଜୁଲାଇ ୭ ତାରିଖ ଓ ବରିଷ୍ଠ ବିଭାଗର ପ୍ରତିଯୋଗିତା ଜୁଲାଇ ୧୪ ତାରିଖରେ ଊତ୍କଳ ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ । ଏହାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଜୁଲାଇ ୨୫ ତାରିଖରେ ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସରେ ସମ୍ମାନିତ କରାଯିବ ବୋଲି ଜିଲ୍ଳ୍ା ସଂସ୍କୃତି ଅଧିକାରୀ ଅବଗତ କରାଇଚ୍ଥନ୍ତି । ଏହି ପ୍ରତିଯୋଗିତା ଗୁଡିକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସମସ୍ତ ବି.ଡି.ଓ., ପୈାର ନିର୍ବାହୀ ଅଧିକାରୀ, ଜିଲ୍ଳ୍ା ଶିକ୍ଷା ଅଧିକାରୀ ଓ ସର୍ବଶିକ୍ଷା ଅଭିଯାନର ଜିଲ୍ଳ୍ା ପ୍ରକଳ୍ପ ସଂଯୋଜକଙ୍କୁ ପରାମର୍ଶ ଦେଇଚ୍ଥନ୍ତି ।


