ସାହିତ୍ୟ ପତ୍ରିକା ମୈାସୁମୀ ଉନ୍ମୋଚିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମୈାସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ, କେନ୍ଦ୍ରାପଡା ପକ୍ଷରୁ ପ୍ରକାଶିତ ମୈାସୁମୀ ଶାରଦୀୟ ବିଶେଷାଙ୍କ -୨୦୨୨କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ବିଶିଷ୍ଟ ଶିକ୍ଷାବିତ ତଥା ପରିଷଦର ସଭାପତି ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୈାସୁମୀ ପତ୍ରିକାର ସମ୍ପାଦକ କବି ଡଃ ଶ୍ରୀଧର ସାମଲ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ । ଏହି ସାହିତ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଡଃ. ହୃଷିକେଶ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଝଙ୍କାରର ସମ୍ପାଦକ ସରୋଜରଞ୍ଜନ ମହାନ୍ତି, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସ୍ତମ୍ବକାର ଶ୍ରୀରାମ ଦାଶ, ସମ୍ମାନୀତ ବକ୍ତା ଭାବେ ବିଶିଷ୍ଠ ଗାଳ୍ପିକ ଡଃ. ଗିରୀଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସାହିତ୍ୟର ଗତି, ସ୍ଥିତି ଓ ଭବିଷ୍ୟତ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ତପନ କୁମାର ପତି ଅତିଥର ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ପ୍ରେମାନନ୍ଦ ଖଣ୍ଡୁଆଳ, ବୃନ୍ଦାବନ ଦାସ, ସାହିତ୍ୟ ଏକାଡେମୀ ସଦସ୍ୟ ସରୋଜ କୁମାର ମହାନ୍ତି, ପଲକସମ୍ପାଦକ ଶଶିକାନ୍ତ ଦାସ, ବନଫୁଲ ସମ୍ପାଦକ ପବିତ୍ର ବ୍ରହ୍ମପୁତ୍ର ନାୟକ, ସଞ୍ଜୟ କୁମାର ମଲ୍ଲିକ, କବି ସଚ୍ଚିଦାନନ୍ଦ ମିଶ୍ର, ରଞ୍ଜନ ବାଇ, ଅବନ୍ତୀ ବେହେରା, ପୁଷ୍ପାଞ୍ଜଳି ପଣ୍ଡା, କୈଳାସ ଚନ୍ଦ୍ର ବରାଳ, ଡଃ. ଗିରୀଶ କୁମାର ପାତ୍ର, ଗୀତାଞ୍ଜଳି ଭୂୟାଁ, ଶୁଭଲକ୍ଷ୍ମୀ ସେଠୀ, କବିତା ମୁଦୁଲି, ରଶ୍ମୀ ସାମଲ, ଗୀତାରାଣି ସାହୁ, ଗୀତାରାଣୀ ମହାନ୍ତି, ମହନ୍ତ କୁମାର ମଲ୍ଲିକ, ଡଃ. ପ୍ରସନ୍ନ କୁମାର ନାୟକ ପ୍ରମୁଖ ଶତାଧିକ କବି, ଲେଖକ, ଗାଳ୍ପିକ ଓ ସାହିତ୍ୟପ୍ରେମୀମାନେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଯୋଗଦେଇଥିଲେ । ଏହି ସମାରୋହରେ ୫ଜଣ କବିଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପରିଷଦର ସମ୍ପାଦକ ଡଃ. ଶ୍ରୀଧର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ