ଚାଷ ଜମି ନାଳ ପୁନରୁଦ୍ଧାର ପାଇଁ ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ର ସରକାରୀ ପାଣି ନାଳ ଦୀର୍ଘ ବର୍ଷ ହେବ ପୁନରୁଦ୍ଧାର ନହେବା ଦ୍ଵାରା ପୋତି ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।ଯାହାକି ଚାଷ ଜମିକୁ ଜଳ ନିଷ୍କାସନ ଓ ଜଳ ସେଚନରେ ସମସ୍ୟା ଦେଖାଯାଉଛି। ଏନେଇ ଭଗବାନପୁର ପଞ୍ଚାୟତ ୭ ଓ ୮ ନଂ ୱାର୍ଡ ସହ ଅନ୍ୟାନ୍ୟ ୱାର୍ଡ ର ଚାଷୀ ସମୂହ ଏକତ୍ରିତ ହୋଇ ମଙ୍ଗଳବାର ଦିନ ଧାମନଗର ଅତିରିକ୍ତ ତହସିଲଦାର ସାଇ ସିଲୋନାଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଲିଖିତ ଅଭିଯୋଗ କରିଥିଲେ। ଅତିରିକ୍ତ ତହସିଲଦାର ସାଇ ସିଲୋନା ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇ କାର୍ଯ୍ୟ କରାଇବାକୁ ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ ।ଚାଷ ଜମିକୁ ଜଳ ସେଚନ ଜଳ ନିଷ୍କାସନ ନେଇ ରାଜ୍ୟ ସରକାର ଜଳ ସେଚନ ବିଭାଗ ଦ୍ଵାରା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କୃଷକ ଙ୍କ ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି। ଯାହାକି ବିଭିନ୍ନ କଳା ସେଚନ କେନାଲ ର ପୁନରୁଦ୍ଧାର, କାର୍ଡl ନାଳ, ଉଥା ଜଳ ସେଚନ ଆଦି ବିଭାଗ ଦ୍ଵାରା କାର୍ଯ୍ୟକାରିତା ହେଉଥିବା ବେଳେ ଗ୍ରାମ ପଞ୍ଚାୟତ ସ୍ତରରେ ଗଠନ ହୋଇଥିବା ପାଣି ପଞ୍ଚାୟତ ମାଧ୍ୟମରେ ମଧ୍ୟ ଚାଷ ଜମିକୁ ସଂଲଗ୍ନ ଥିବା ପାଣି ନାଳ ର ସଫା କରିବା ସହ ଅନ୍ୟାନ୍ୟ ଉନ୍ନତି ମୂଳକ ପଦକ୍ଷେପ ନିଆଯାଉଛି। ହେଲେ ଏହିସବୁ ଦିଗରେ ବିଭାଗୀୟ ଅଧିକାରୀ ମାନେ ଉପଯୁକ୍ତ ପଦକ୍ଷେପ ନେଉ ନଥିବାରୁ ମୁଖ୍ୟ କେନାଲ ରୁ ସଂଯୋଗ ଥିବା ଚାଷ ଜମି ପାଣି ନାଳ,ସୋଠ,କର୍ଲଭେଟ ଆଦି ନିର୍ମାଣ ରେ ବ୍ୟତିକ୍ରମ ହେବା ଦ୍ବାରା ଏଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଅଭିଯୋଗ ମୁତାବକ ଉକ୍ତ ପଞ୍ଚାୟତର ଭଗବାନପୁର ନୋଡାଲ ବିଦ୍ୟାଳୟ ପଛ ପଟେ ଥିବା ଏଇ ପୋଖୋରି କୁ ଲାଗି ଦୀର୍ଘ ବର୍ଷ ହେବ ପ୍ରାୟ ୬ ଶହ ମିଟର ଲମ୍ବର ଏକ ସରକାରୀ ପାଣି ନାଳ ରହିଛି।ଯାହାକି ଭଗବାନପୁର ଅନହରପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ଠାରୁ ନିଶଲା ଶ୍ମଶାନ ପର୍ଯ୍ୟନ୍ତ ରହିଛି। ଉକ୍ତ ନାଳ ମଧ୍ୟ ଦେଇ ଶହ ଶହ ଏକର ଚାଷ ଜମିକୁ ଜଳ ସେଚନ ହୋଇଥାଏ ।ଏହି କିଛି ବର୍ଷ ପୂର୍ବରୁ ସରକାରୀ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ପାଣି ନାଳଟି ପୋତି ହୋଇ ନଷ୍ଟ ହେବାକୁ ବସିଲାଣି।ହେଲେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ଉକ୍ତ ପଞ୍ଚାୟତର ଜଳ ନିଷ୍କାସନ ଓ ଜଳ ସେଚନ ପାଇଁ ଅନେକାଂଶରେ କାର୍ଯ୍ୟ କରୁଥିବା ୨୧ ନଂ ଅନନ୍ତ କେଶରୀ ପାଣି ପଞ୍ଚାୟତ ଟି କିଛି ମାସ ହେବ ନିର୍ବାଚନ ପରେ ନୂତନ ଭାବେ ନବ ନିର୍ବାଚିତ କମିଟି ଗଠନ କରାଯାଇଛି। ଏହି ପାଣି ନାଳଟି ଉକ୍ତ ପାଣି ପଞ୍ଚାୟତ ମଧ୍ୟରେ ଥିଲେ ମଧ୍ୟ ପାଣି ପଞ୍ଚାୟତର ନୂତନ କରି ନିର୍ବାଚିତ ହୋଇଥିବା ସଭାପତି ଓ ସଭାନେତ୍ରୀ ଙ୍କ ମଧ୍ୟରେ ସଠିକ ତାଲମେଳ ରହୁନଥିବାରୁ କେବଳ ଘାସ ସଫା କରିବା ଛଡ଼ା ଅନ୍ୟ କୌଣସି ସରକାରୀ ଅନୁଦାନ ରେ ଉନ୍ନତି ମୂଳକ କାର୍ଯ୍ୟ କରାଜାଉନି ବୋଲି ଅତିରିକ୍ତ ତହସିଲଦାର ଙ୍କୁ ଚାଷୀ ମାନେ ଅଭିଯୋଗ କରିଥିଲେ । ଯାହାକି ଚାଷ ଜମିକୁ ସଂଯୋଗ କରିଥିବା ବିଭିନ୍ନ ପାଣି ନାଳ ପୂର୍ବାସ୍ଥା ଭଳି ରହିଛି। ଏଣୁ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଯଥାଶୀଘ୍ର ପାଣି ନାଳର ପୁନରୁଦ୍ଧାର ନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ନେଇ ଜଳ ସେଚନ ସଚିବ ଭୁବନେଶ୍ୱର ଓଡ଼ିଶା,ଭଦ୍ରକ ଜିଲ୍ଲାପାଳ ଏବଂ ଜଳ ସେଚନ ବିଭାଗ ଆଖୁଆ ପଦା,ଭଣ୍ଡାରିପୋଖରୀ ଅଧିକାରୀମାନଙ୍କୁ ଅବଗତି କରାଯାଇଛି ବୋଲି ସୂଚନା ଦିଆଯାଇଛି। ଚାଷୀଙ୍କ ମଧ୍ୟରେ ଅଶୋକ ଯେନା,ବିମଳ କୁମାର ପାତ୍ର,ଶମ୍ଭୁନାଥ ସାହୁ ,ଗୋପାଳ ପାତ୍ର ,ଅନୁପ ଶଙ୍ଖୁଆ,ରବୀନ୍ଦ୍ର ବିଶ୍ୱାଳ,କାର୍ତ୍ତିକ ବିଶ୍ଵାଳ,ଅନିରୁଦ୍ଧ ବେହେରା,ଗୌରାଙ୍ଗ ଚରଣ କବି ପ୍ରମୁଖ ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି


