ସିଟି ହସ୍ପିଟାଲରେ ଜିଲ୍ଲାପାଳ
( ଯୁଗାବ୍ଦ ନ୍ୟୁଜ ) ସରକାର ଜନ ସାଧାରଣ ଙ୍କ ନିକଟତର ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ‘ମୋ ସରକାର ‘କାର୍ଯ୍ୟକ୍ରମ । ପ୍ରଶାସନ ଠାରୁ ଆରମ୍ଭ କରି ମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ସମସ୍ତେ ତତ୍ପର । ବିଶେଷ କରି ସ୍ୱସ୍ଥ ସେବାକୁ ଅଗ୍ରଧିକାର ଦେଉଛନ୍ତି ରାଜ୍ୟ ସରକର । ଆଉ ଏହି କ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧୁବାର ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲ କୁ ଅଚାନକ ଗ୍ରସ୍ତ କରିଥିଲେ । ଏହି ସମୟରେ ରୋଗୀ ଙ୍କୁ କିଭଳି ସ୍ୱାସ୍ଥ୍ୟ ସେବା ମିଳୁଛି ନିରାମୟ ଯୋଜନାରେ ରୋଗୀ ମାନଙ୍କୁ ଠିକ ଔଷଧ ମିଳୁଛି ନା ନାହିଁ ଡାକ୍ତର ମାନେ ଠିକ ରୋଗୀ ସେବା ଯୋଗାଉଛନ୍ତି କି ନାହିଁ ଏହି ବିଷୟରେ ସମୀକ୍ଷା କରିଥିଲେ । ତା ସହିତ ରୋଗୀ ମାନଙ୍କୁ ପଚାରି ବୁଝିଥିଲେ ଠିକ ସ୍ୱାସ୍ଥ୍ୟ ସେବା ପାଉଛନ୍ତି କି ନାହିଁ । ଅନ୍ୟପଟେ ଚିକିତ୍ସାଳୟ ପରିସରରେ ଥିବା ଦୁଇଟି ଔଷଧ ଦୋକାନ କୁ ବନ୍ଦ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ତାଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ , ସିଟି ହସ୍ପିଟଲ ଅଧ୍ୟକ୍ଷ ଡା . ପି.କୁର୍ମେୟଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।