ମୁର୍ଶିଦାବାଦରେ ଆର୍‌ଏସ୍‌ଏସ୍ କର୍ମୀ, ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବୁଧବାର ଦିନ ଜଣେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମୀ, ତାଙ୍କ ପତ୍ନୀ ଏବଂ ସେମାନଙ୍କର ଛଅ ବର୍ଷିୟ ପୁଅକୁ ହତ୍ୟା କରାଯାଇଛି । ମୃତ ଆର୍‌ଏସ୍‌ଏସ୍ କର୍ମୀଜଣକ ହେଉଛନ୍ତି ସ୍କୁଲ୍ ଶିକ୍ଷକ ବନ୍ଧୁ ପ୍ରକାଶ ପାଲ । ତାଙ୍କ ପତ୍ନୀଙ୍କ ନାମ ବିୟୁଟି ମଣ୍ଡଳ ପାଲ୍ ଏବଂ ପୁତ୍ର ଅଙ୍ଗନ ବନ୍ଧୁ । ବିୟୁଟି ଆଠ ମାସ ହେବ ଅନ୍ତଃସତ୍ତ୍ୱା ଥିଲେ ଓ ସେମାନଙ୍କର ଆଉ ଗୋଟିଏ ପିଲା ହୋଇ ଥାଆନ୍ତା । ବନ୍ଧୁ ପ୍ରକାଶ ଗୋସାଇଁଗ୍ରାମ ସାହାପଡ଼ା ପ୍ରାଇମେରି ସ୍କୁଲରେ ଶିକ୍ଷକତା କରୁଥିଲେ । ଏଇ ତିନି ସଦସ୍ୟବିଶିଷ୍ଟ ପରିବାର ମୁର୍ଶିଦାବାଦର ଜିଆଗଞ୍ଜ ଅଞ୍ଚଳରେ ବସବାସ କରୁଥିଲେ । ତାଙ୍କ ଘରୁ ମରଣାନ୍ତକ ଚିକ୍ରାର ଶୁଣି ପଡ଼ୋଶୀମାନେ ପୁଲିସକୁ ସୂଚନା ଦେଇଥିଲେ । ତୀକ୍ଷ୍‌ଣ ଅସ୍ତ୍ର ଯୋଗେ ଅଜ୍ଞାତ ଆତତାୟୀମାନେ ସେମାନଙ୍କୁ ହତ୍ୟା କରିଛନ୍ତି । ହତ୍ୟାର କାରଣ ଜଣାପଡ଼ି ନାହିଁ । ବ୍ୟବହୃତ ଅସ୍ତ୍ର ସେମାନଙ୍କ ଶବ ପାଖରେ ପଡ଼ିଥିବା ଦେଖାଯାଇଥିଲା । ନରହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ