ସିଧାପ୍ରସାରଣରେ ଗଳିପଡ଼ିଲେ ପାକିସ୍ତାନୀ ଟିଭି ବିଶ୍ଲେଷକ

ନୂଆଦିଲ୍ଲୀ: ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲର ବିଶ୍ଲେଷକ ଲାଇଭ୍ ଟିଭି ଡିବେଟରେ ହିଁ ଗଳିପଡ଼ିବା ଏବେ ଚର୍ଚ୍ଚାରେ ରହିଛି । ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଗତ ୧୬ ତାରିଖରେ କଶ୍ମୀର ପ୍ରସଙ୍ଗକୁ ନେଇ ଏହି ଆଲୋଚନା ଚାଲୁ ରହିଥିଲା । ଏଥିରେ ଏହି ବ୍ୟକ୍ତି ଆଲୋଚକ ଭାବେ ଯୋଗ ଦେଇଥିଲେ । ମଜହର ବାର୍ଲାସ୍ ନାମକ ଏହି ଆଲାଚକ ଆଲାଚନା ମଝିରେ ହିଁ ହଠାତ୍ ଚେୟାରରୁ ଗଳି ପଡ଼ିଥିଲେ । ଏହି ଘଟଣା ସମସ୍ତଙ୍କୁ ଚମକାଇ ଦେଇଥିଲା । ଏପରିକି ଉପସ୍ଥାପକଙ୍କ ପ୍ରତିକ୍ରିୟା ମଧ୍ୟ କିଛି ଦେଖିବା ଭଳି ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ