ସିସି ଟିଭି ଖରାପ କଲେ ପରୀକ୍ଷା ଫଳ ସ୍ଥଗିତ
ଯାଜପୁର,(ଯୁଗାବ୍ଦ ନ୍ୟୁଜ୍) : ଚଳିତ ବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ବୁଧବାର ଠାରୁ ଜିଲ୍ଳ୍ାର ୧୪୫ ଗୋଟି କେନ୍ଦ୍ରରେ ଆରମ୍ଭ ହୋଇଚ୍ଥି । ଏହି ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ପାଇଁ ଜିଲ୍ଳ୍ା ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଚ୍ଥନ୍ତି । ଜିଲ୍ଳ୍ାର ମୋଟ ୨୬୬୩୦ ପିଲା ମାଟ୍ରିକ ପରୀକ୍ଷା ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ବିବିଧ କାରଣରୁ ୫୦୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ସେହିପରି ମଧ୍ୟମା ପରୀକ୍ଷାରେ ୭୩୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩ ଜଣ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୧୪୧ ଜଣଙ୍କ ମଧ୍ୟରୁ ୨୦ ଜଣ ଅନୁପସ୍ଥିତ ରହିଚ୍ଥନ୍ତି ବୋଲି ଜିଲ୍ଳ୍ା ଶିକ୍ଷା ଅଧିକାରୀ ଜଣାଇଚ୍ଥନ୍ତି । ପରୀକ୍ଷା ଆରମ୍ଭରେ ଭାରପ୍ରାପ୍ତ ଜିଲ୍ଳ୍ାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ , ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ଜିଲ୍ଳ୍ା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯାଜପୁର ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟ, ବୈଷ୍ଣବ ଦତ୍ତ ଊଚ୍ଚ ବିଦ୍ୟାଳୟ, ଜିଲ୍ଳ୍ା ସ୍କୁଲ, ପାଣିକୋଇଲି ଊଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ପରୀକ୍ଷା କେନ୍ଦ୍ର ବୁଲି ସ୍ଥିତି ପରଖିଥିଲେ । ଅପର ପକ୍ଷରେ ଚଳିତ ବର୍ଷ ପରୀକ୍ଷା ଶୃଙ୍ଖଳାର ସହ ପରିଚାଳନା ଓ ଯେପରି କୈାଣସି ଅନିୟମିତତା ନ ହୁଏ ସେଥିପାଇଁ ବୋର୍ଡ ଅନେକ ପଦକ୍ଷେପ ଗ୍ରହଣ କରିଚ୍ଥନ୍ତି । ଅନେକ ପରୀକ୍ଷା କେନ୍ଦ୍ରରେ ସି.ସି. ଟିଭି ଲଗାଯାଇଚ୍ଥି । ତେବେ ଏହାକୁ ମଧ୍ୟ ଅନିୟମିୟତା ଊଦ୍ଦେଶ୍ୟରେ ଊଦ୍ଦେଶ୍ୟମୂଳକ ଭାବେ ଖରାପ କରିଦେବାର ସମ୍ଭାବନା ଥିବାରୁ ବୋର୍ଡ ଏଥିପାଇଁ କଠୋର ନିଷ୍ପତ୍ତି ଗ୍ରହଣ କରିଚ୍ଥି । ଯଦି କୈାଣସି ସିସି ଟିଭିକୁ ଊଦ୍ଦେଶ୍ୟ ମୂଳକ ଭାବେ ଖରାପ କରାଯାଏ ତେବେ ସଂପୃକ୍ତ ପରୀକ୍ଷା କେନ୍ଦ୍ର ଓ କେନ୍ଦ୍ର ସହ ଜଡିତ ଅନ୍ୟାନ୍ୟ ବିଦ୍ୟାଳୟକୁ ଦାୟୀ କରାଯାଇ କ୍ଷତି ପୂରଣ ଆଦାୟ କରାଯିବ । ତତ୍ ସହିତ ଏହାର ପରୀକ୍ଷାର୍ଥୀଙ୍କ ପରୀକ୍ଷା ପଂଳ ମଧ୍ୟ ସ୍ଥଗିତ ରଖାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଦେଇଚ୍ଥନ୍ତି । ଏହା ପରୀକ୍ଷର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କିଚ୍ଥି ବିଶୃଙ୍ଖଳିତ ବ୍ୟକ୍ତିଙ୍କ ଅନିୟମିତତା ଯୋଗୁ ଲକ୍ଷ ଲକ୍ଷ ଚ୍ଥାତ୍ର ଚ୍ଥାତ୍ରୀ କ୍ଷତିଗ୍ରସ୍ତ ଓ ଚାପଗ୍ରସ୍ତ ହେବାର ସମ୍ଭାବନା ମଧ୍ୟ ରହିଚ୍ଥି । ତେଣୁ ଏଭଳି ବିଶୃଙ୍ଖଳିତ ଆଚରଣ ବା କାର୍ଯ୍ୟ ନ କରିବାକୁ ଭାରପ୍ରାପ୍ତ ଜିଲ୍ଳ୍ାପାଳ ଶ୍ରୀ ନାୟକ ସମସ୍ତଙ୍କୁ ଅନୁରୋଧ କରିଚ୍ଥନ୍ତି ।