ସୀମାରେ ଠାବ ହେଲା ଦୁଇ ପାକ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ (ଏଜେନ୍ସି): ଏୟାର ଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଥମିବାର ନାଁ ଧରୁନି । ମଙ୍ଗଳବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରସ୍ଥିତ ନିୟନ୍ତ୍ରଣରେଖା ନିକଟରେ ପୁଣିଥରେ ପାକ୍ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ ଚକ୍କର ମାରୁଥିବା ଦେଖିବାକୁ ମିଳିଛି । ସମ୍ଭବତଃ ଏହି ଯୁଦ୍ଧ ବିମାନ ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ । କିନ୍ତୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏମାନଙ୍କ ଗତିପଥ ଉପରେ ନଜର ରଖିବାରୁ ଏହି ଦୁଇଟି ଯାକ ବିମାନ ପାକିସ୍ତାନ ଭିତରକୁ ଚାଲିଯାଇଥିଲେ । ପାକର ଦୁଇଟିଯାକ ଯୁଦ୍ଧ ବିମାନ ପାଖାପାଖି ରହିଥିଲେ । ଭାରତୀୟ ବାୟୁସେନା ଏଗୁଡ଼ିକୁ ଦେଖିବା ପରେ ଏହି ଦୁଇ ବିମାନ ଛତ୍ରଭଙ୍ଗ ଦେଇଥିଲେ । ଛତ୍ରଭଙ୍ଗ ଦେବାବେଳେ ଏତେ ଜୋର୍ରେ ଶବ୍ଦ ହୋଇଥିଲା ଯେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ