ବିଶ୍ୱର ଚର୍ଚ୍ଚିତ ମୋଟା ମଣିଷ

ଦୁନିଆରେ ପ୍ରତ୍ୟେକ ମଣିଷ ଅଲଗା ହୋଇଥାନ୍ତି । ସମସ୍ତଙ୍କର ଭିନ୍ନ ଭିନ୍ନ ଶାରୀରିକ ଗଠନ ହୋଇଥାଏ । କିଏ ପତଳା ଥାଏ ତ କିଏ ମୋଟା, କିଏ ଶ୍ୟାମଳ ଥାଏ ତ କିଏ ଗୋରା । ସେହିଭଳି କିଏ ଡେଙ୍ଗା ଥାଏ ତ କିଏ ଗେଡା । ହେଲେ ଶରୀର ମୋଟା ଥିଲେ ଅନେକ ସମସ୍ୟା ହୋଇଥାଏ । ତେବେ ଏମିତି କିଛି ଲୋକଙ୍କ ବିଷୟରେ ଜାଣନ୍ତୁ ଯେଉଁମାନଙ୍କ ନାଁ ନିଜ ଓଜନ କାରଣରୁ ଗିନିଜ ୱାଲର୍ଡ ରେକର୍ଡରେ ସାମିଲ ହୋଇଛି ।
ଇମାନ ଅହମ୍ମଦ : ୧୯୮୦ ମସିହାରେ ଇମାନ ଅହମ୍ମଦଙ୍କ ଜନ୍ମ ଇଜିପ୍ଟରେ ହୋଇଥିଲା । ତାଙ୍କ ଓଜନ ୫୦୦ କିଲୋ ଥିଲା । ଏଥିପାଇଁ ତାଙ୍କ ଚିକିତ୍ସା ମୁମ୍ବାଇର ସୈଫି ଡାକ୍ତରଖାନାରେ କରାଯାଇଥିଲା । ହେଲେ ୨୦୧୭ ମସିହା ସେପ୍ଟେମ୍ବର ମାସରେ ଆବୁ ଧାବିର ବୁର୍ଜିଲ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିଲା ।
କୈରଲୀ ଅଗର : ୩୪ ବର୍ଷ ବୟସରେ କୈରଲୀଙ୍କ ଓଜନ ୫୪୦ କିଲୋ ଥିଲା । ବିଶ୍ୱର ସବୁଠୁ ଅଧିକ ଓଜନ ଥିବା ମହିଳା କୈରଲୀ ରେକର୍ଡ କରିଥିଲେ । ଅବଶ୍ୟ ପରେ ସେ କଠିନ ପରିଶ୍ରମ ଦ୍ୱାରା ସର୍ଜରୀ ନକରି ୨୩୬ କିଲୋ ହୋଇଥିଲେ ।
ଫ୍ରାନ୍ସିସ୍ ଜନ ଲୈଙ୍ଗ : ୧୯୩୪ ମସିହାରେ ଫ୍ରାନ୍ସିସ୍‌ଙ୍କ ଜନ୍ମ ହୋଇଥିଲା । ଫ୍ରାନ୍ସିସ୍‌ଙ୍କ ଓଜନ ୫୩୮ କିଲୋ ହୋଇଯାଇଥିଲା । ଅନ୍‌ାଇନ୍ କାର୍ଣ୍ଣିଭାଲ ଓ ମେଳାରେ ନିଜକୁ ପ୍ରଦର୍ଶିତ କରାଉଥିଲେ । ମେଳାରେ ଲୋକେ ତାଙ୍କୁ ଗୋଟେ ଘରର ଝରକା ଦ୍ୱାରା ଦେଖୁଥିଲେ ।
ଜନ ଗ୍ରୋଭର ମିଂନକ : ଜନ ଗ୍ରୋଭର ୧୯୪୧ ମସିହାରେ ଜନ୍ମ ହୋଇଥିଲେ । ପ୍ରଥମେ ତାଙ୍କ ଓଜନ ୬୩୫ କିଲୋ ଥିଲା । ପରେ ସେ ୪୧୯ ଓଜନ କମ୍ କରାଇ ଇତିହାସରେ ରେକର୍ଡ କରିଥିଲେ ।
ଖାଲିଦ ବିନ୍ ହୁସେନ୍ : ୧୯୯୧ ମସିହାରେ ଖାଲିଦଙ୍କ ଜନ୍ମ ହୋଇଥିଲା । ପ୍ରଥମେ ତାଙ୍କ ଓଜନ ୬୧୦ ଥିଲା । ପରେ ତାଙ୍କ ଓଜନ କମ୍ କରାଇବା ପାଇଁ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ