ସୁପ୍ରିମକୋର୍ଟରେ ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ମାମଲା

(ଯୁଗାବ୍ଦ ନ୍ୟୁଜ) ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରିଥିବା ଯାଚିକାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଛି । ତହସୀନ ପୂନାୱାଲା ଏହି ଯାଚିକା ଦାୟର କରିଛନ୍ତି । ଜମ୍ମୁ କାଶ୍ମୀରରେ ତୁରନ୍ତ କର୍ଫ୍ୟୁ ହଟାଇ, ଫୋନ ଲାଇନ, ଇଣ୍ଟରନେଟ ସୁବିଧା, ନ୍ୟୁଜ ଚ୍ୟାନେଲ ଏବଂ ଅନ୍ୟ ପ୍ରତିବନ୍ଧକ ତତ୍କାଳ ହଟାଯିବାକୁ ଯାଚିକାରେ ଦାବୀ କରାଯାଇଛି ।ଏନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି କି, ରାତାରାତି ସ୍ଥିତି ସାମାନ୍ୟ ହେବ ନାହିଁ । ଏଥିପାଇଁ ସମୟ ଲାଗି । ଯଦି କିଛି ଇଯିବ ତେବେ ଏଥିପାଇଁ ଦାୟୀ କିଏ ରହିବ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି । ଅପର ପକ୍ଷରେ କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ, ଜମ୍ମୁ କାଶ୍ମୀରର ସ୍ଥାନୀୟ ଲୋକମାନେ ଯେପରି କିଛି ହଇରାଣ ହରକତ ନହୁଅନ୍ତୁ ସେଥିପ୍ରତି ଚେଷ୍ଟା କରାଯାଉଛି । ତେବେ ଦୁଇ ସପ୍ତାହ ପରେ ପୁଣି ଥରେ ଏହି ମାମଲାରେ ଶୁଣାଣୀ ହେବାକୁ ଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ