ସୁରତରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ବିଧାୟକ

ପୋଲସରା – ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡ଼ା ଗ୍ରାମର ଜଣେ ଶ୍ରମିକଙ୍କ ସୁରାତରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ବେଳେ ଶୋକାକୁଳ ପରିବାରକୁ ସହାୟତର ହାତ ବଢ଼ାଇଛନ୍ତି ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ। ସୁରତର ଡାଇମଣ୍ଡ ନଗରରେ ଭାବରଡ଼ା ଗ୍ରାମର ପ୍ରଫୁଲ କୁମାର ସେଠୀ (୫୦) ଶ୍ରମିକ ଭାବେ କାମକରୁ ଥିଲେ। ସେଠାରେ ବିଦ୍ୟୁତ ଆଘାତରେ ପ୍ରଫୁଲଙ୍କ ମୃତ୍ୟୁ ଘଟିବା ଖବର ପାଇବା ପରେ ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାରକୁ ଭେଟି ସ୍ୱନ୍ତନା ଦେବାସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥି ସହିତ ମର ଶରୀରକୁ ସୁରତରୁ ଗ୍ରାମକୁ ଆଣିବାପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାକୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ