ସୁରାଟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଶ୍ରମ ମନ୍ତ୍ରୀ

ବୁଗୁଡା, (ଅନିଲ କୁମାର ମହାରଣା):ସୁରାଟର ସୂତା କଳରେ କାର୍ଯ୍ୟ କରୁଥିବା ସମୟରେ ଏକ ବିଦ୍ୟୁତ ଚାଳିତ ମୋଟର ଫାଟି ଶ୍ରମିକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ଶ୍ରମିକ ଜଣକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ଶ୍ରମିକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବେତାରସିଂ ଗ୍ରାମର ଟୁନା ଦଳେଇ (୪୦)। ମୃତ ଶ୍ରମିକ ଟୁନା ଦଳେଇ ସୁରାଟର ଅଞ୍ଜନି ଅଞ୍ଚଳର କୋଷାଡ଼ ଶିବ ଇଣ୍ଡଷ୍ଟ୍ରିସରେ କାମ କରୁଥିବା ବେଳେ ବିଦ୍ୟୁତ ଚାଳିତ ମୋଟରଟି ଫାଟି ଯାଇଥିଲା। ଯାହା ଫଳରେ ଲୁହା ଖଣ୍ଡ ବାଜି ଟୁନାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତଶ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡ଼ିକାଲକୁ ନିଆଯାଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏହି ଖବର ଶୁଣିବା ପରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବେତାରସିଂ ଗ୍ରାମକୁ ଯାଇ ମୃତ ଶ୍ରମିକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁଙ୍କ ସହ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଉମା ଶଙ୍କର ଜେନା, ଟୁକୁନା ଜେନା, ସମିତି ସଭ୍ୟ ଜିତେନ୍ଦ୍ର କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ସନାତନ ମହାରଣା, କାର୍ତ୍ତିକ ସାହାଣୀ, ନେପାଳ ପାତ୍ର, ସଞ୍ଜୟ ବିଷୋୟୀ, ଦୁର୍ଗାପ୍ରସାଦ ଭୂୟାଁ, ବିରୁପାକ୍ଷ ଭୂୟାଁ, କାଳୁ ଚରଣ ଜେନା, କେଦାର ଜେନା, ରବୀନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ