ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟରେ ଆୟୁର୍ବେଦିକ ସ୍ପା କେନ୍ଦ୍ର ଉଦ୍‌ଘାଟନ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଏକ ନୂତନ ଆୟୁର୍ବେଦିକ ସ୍ପା କେନ୍ଦ୍ର ଉଦ୍‌ଘାଟନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କେନ୍ଦ୍ର ଉଦ୍‌ଘାଟନ କରିଥିଲେ । ଜିଲ୍ଲାପାଳ ନିଜ ଅଭିଭାଷଣରେ କହିଥିଲେ ଯେ, ସେ ଏହି ଆୟୁର୍ବେଦିକ କେନ୍ଦ୍ରକୁ ଉଦ୍‌ଘାଟନ କରି ନିଜକୁ ଧନ୍ୟମନେ କରୁଛି ଏବଂ ଆଶା କରୁଛି ଯେ ଏହି କେନ୍ଦ୍ରର ପ୍ରଭାବ ସାରା ପୂର୍ବ ଭାରତରେ ପ୍ରସିଦ୍ଧ ଲାଭ ଅର୍ଜନ କରିବ ଏବଂ ସମସ୍ତ ନିଯୁକ୍ତିର ସମ୍ଭାବନା ସୃଷ୍ଟି କହିବ । ଯାହା ଫଳରେ ଗଜପତି ଜିଲ୍ଲାର ଔଷଧିୟ ଚାଷୀ ଉପକୃତ ହେବେ । ଏହି କେନ୍ଦ୍ରରେ ପୁରୁଣା ଆୟୁର୍ବେଦିକ ଏବଂ ପଞ୍ଚ କର୍ମର ଚିକିତ୍ସା ଯଥା ଧରାପତି, ବାମ୍ପ ଗାଧୁଆ କୋଠରୀ, ଶିରୋଧାରା, ନାଡି ଶୋଧନର ଚିକିତ୍ସା ହେବ । ଏହି ଉଦ୍‌ଘାଟନର ମୁଖ୍ୟ ଉଦ୍ଦେଶ୍ୟ ଏହି କି ଯେ ଏଠାରେ ସମସ୍ତ ପ୍ରକାରର ଥେରାପି ଉପଲବ୍ଧ ହେବ । ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନ ନିର୍ଦ୍ଦେଶକ ପ୍ରଫେସର ଦୁର୍ଗା ପ୍ରସାଦ ପାଢୀ, ପ୍ରଫେସର ଏସ୍‌.ପି. ନନ୍ଦ, ପ୍ରଫେସର ପ୍ରଜ୍ଞା ପାଣି, ପ୍ରଫେସର ସୁନିତା ପାଣିଗ୍ରାହୀ, ସୁଶ୍ରୀ ମୋନାଲିସା ଷଡଙ୍ଗୀ, ପ୍ରଫେସର ଆଶିଷ ରଞ୍ଜନ ଦାଶ, ପ୍ରଫେସର ଅତନୁ ଦେବ, ପ୍ରଫେସର ଶୁଭେନ୍ଦୁ ମିଶ୍ର, ପ୍ରଫେସର ଚିତ୍ରସେନ ପାଢି ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ