ସେତୁ ଦୁଇପାଶ୍ଵ ଆପ୍ରୋଚ ରାସ୍ତା ନିର୍ମାଣ ସାରିବାକୁ ଦାବି
ନିମାପଡାତା, (ସନ୍ତୋଷ ଦାଶ):ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ନିମାପଡା-କାକଟପୁର ମୁଖ୍ୟରାସ୍ତା ର ନବୀକରଣ ଓ ପ୍ରସ୍ତତିକରଣ କାର୍ଯ୍ୟ ଚାଲୁ ରହିଛି। କାର୍ଯ୍ୟ କରୁଥିବା ଠିକାଦାର ମନମୁଖୀ କାର୍ଯ୍ୟ କରୁଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଠିକାଦାର ଙ୍କୁ ତତ୍ୱାବଧାନ କରିବା ପରିବର୍ତ୍ତେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ଅଭିଯୋଗ ରେ ପୂର୍ତ୍ତ ବିଭାଗ ର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ବିଭାଗୀୟ ସଚିବ କାର୍ଯ୍ୟ ରୁ ନିଲମ୍ବିତ କରିଛନ୍ତି। ଏବେ ବି ଠିକାଦାର ମନମୁଖୀ କାର୍ଯ୍ୟ କରୁଥିବା ରୁ ବିଭିନ୍ନ ସମୟରେ ଅନେକ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି। ରାସ୍ତା ର ଏକାଧିକ ସ୍ଥାନ ରେ ଠିକାଦାର ସେତୁ ନିର୍ମାଣ
ସାରିଥିଲେ ମଧ୍ୟ ସେତୁ ଦୁଇ ପାଶ୍ଵର ଆପ୍ରୋଚ ରାସ୍ତା ନିର୍ମାଣ କରୁ ନାହାନ୍ତି। ଫଳରେ ସେତୁ ନିକଟରେ ବର୍ଷା ହେଲେ ପାଣି ଜମି ରହୁଛି। ଖାଲ ଢିପ ଜଣାପଡୁନାହିଁ l ବାଇକ୍ ଚାଳକ ମାନେ ଖାଲ ରେ ପଡି ଦୁର୍ଘଟଣା ର ଶିକାର ହେଇଛନ୍ତି। ଏହି ରାସ୍ତା ର ଚାରିଛକ, ତୁଳସୀପୁର, ଆମ୍ପୋର, ସାଇଲୋ ଠାରେ ବେଶି ଦୁର୍ଘଟଣା ଘଟୁଛି। ତୁରନ୍ତ ମୁଖ୍ୟ ରାସ୍ତା ର ନବନିର୍ମିତ ସେତୁ ଗୁଡ଼ିକର ଅପ୍ରୋଚ ରାସ୍ତା କୁ ପିଚୁ କରିବାକୁ ସାଧାରଣ ରେ ଦାବି ହେଇଛି।


