ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗୋଷ୍ଟି ଉନ୍ନୟନ ଅଧିକାରୀ
ଗଞ୍ଜାମ, (ବିନୋଦ ପଲେଇ):ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ବିକାଶର ମଡେଲକୁ ଅନୁଧ୍ୟାନ କରିବା ପାଇଁ ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଖୋର୍ଦ୍ଧା ଜିଲ୍ଲା ର ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକର ବିଡ଼ିଓ , ସହକାରୀ ଯନ୍ତ୍ରୀଙ୍କୁ ନେଇ ଏକ ଟିମ ଗଞ୍ଜାମ ବ୍ଲକର ସୁବଳୟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶତ୍ରୁସୋଲ ଗ୍ରାମର ଆଦର୍ଶ ଗାଈ ଗୁହାଳ , ଆଦର୍ଶ କୁକୁଡ଼ା ଘର, ଅନୁଧ୍ୟାନ କରିବା ପାଇଁ ଆଜ ପୂର୍ବାହ୍ନ ରେ ଟିମ ପହଂଚି ଥିଲେ।ଉକ୍ତ ଟିମ ପହଞ୍ଚିବା ପରେ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତ୍ରୁସୋଲ ଗ୍ରାମ ଠାରେ ସର୍ଵ ପ୍ରଥମେ ସ୍ୱାଗତ କରିଥିଲେ। ଶତୃସୋଲ ଗ୍ରାମବାସୀ ଙ୍କ ତରଫରୁ ଉକ୍ତ ଟିମକୁ ପାଛୋଡ଼ି ନିଆଯାଇ ଗ୍ରାମର ନିର୍ମାଣ କରାଯାଇଥିବା ୫୦ ରୁ ଉର୍ଦ୍ଧ୍ବ ଗାଈଗୁହାଳ,ବୁଲି ଦେଖିବା ସହ ଗାଈ ଗୋବର,ଓ ଗାଈ ମୂତ୍ରରୁ କିପରି ରୋଗ ପୋକ ନିୟନ୍ତ୍ରଣ କରିବା ସହ କମ୍ପାଷ୍ଟଖତ, ଦ୍ୱାରା, ବିନା ସାର ଓ ଟିଟାନାଶ ଔଷଧ ବିନା ଏହା କିପରି ବ୍ୟବହାର ହେଉଛି ବୁଝାଇଥିଲେ । ଏହାପରେ ଶତ୍ରୁସୋଲ ବି ଠାରେ ଗଞ୍ଜାମ ବ୍ଲକ ଜୀବିକା ମିଶନ ତରଫରୁ ୩୫ରୁ ଉର୍ଦ୍ଧ୍ବ ଆଦର୍ଶ କୁକୁଡ଼ା ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ଦେଶୀ କୁକୁଡ଼ା ପ୍ରଦାନ କରିବା ସହ ହିତାଧିକାରୀ କିପରି ଲାଭବାନ ହୋଇପାରୁଛନ୍ତି ତାହା ପଚାରି ବୁଝିଥିଲେ। ଗଞ୍ଜାମ ବ୍ଳକ ବିଡ଼ିଓ ବିଶ୍ଵଜିତ ରାୟଙ୍କ ସଂଯୋଜନାରେ ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସୁବଳୟା ସମିତି ସଭ୍ୟ ସୁରଥ ପ୍ରଧାନ, ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା, ଗଞ୍ଜାମ ବ୍ଲକ ଓଏଲଏମ୍- ବିପିଏମ ଜଳନ୍ଧର ମହାରଣା, ମିଶନ ଶକ୍ତି ବିପିସି ଚନ୍ଦନ ପାଢ଼ୀ, ସରପଞ୍ଚ ପ୍ରତିନିଧି କେଦାର ସ୍ବାଇଁ, ଶତ୍ରୁସୋଲ ଗ୍ରାମ୍ୟ କମିଟି ସଭାପତି ଆତ୍ର ଚରଣ ପଲେଇ, ବିକ୍ରମ ପଲେଇ, କାଶୀନାଥ ଦାସ,ଶଙ୍କର ଦାସ, ଡମ୍ବୁରୁ ଦାସ,ସହଯୋଗ କରିଥିଲେ। ଏହାପରେ ଉକ୍ତ ଟିମ ପାଳିବନ୍ଦ ପଞ୍ଚାୟତର ୫ଟି ଅଧିନରେ ଚାଲିଥିବା ନିଳାଦ୍ରୀପୁର ସ୍ଥିତ ଲବଣ ଶ୍ରମିକ ହାଇସ୍କୁଲର ରୂପାନ୍ତରି କରଣ କାର୍ଯ୍ୟକ୍ରମ ଦେଖିବା ପରେ ବଟେଶ୍ୱର ପୀଠ ଠାରେ ନିର୍ମାଣ ହୋଇଥିବା ଗ୍ରାମ୍ୟ ପାର୍କ, ଓ ଆଦର୍ଶ ପୋଖରୀ ଦେଖିବା ସହ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ବୁଲି ଦେଖିଥିଲେ । ଏଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ, ଉକ୍ତ ଟିମ କୁ ସ୍ୱାଗତ କରିଥିଲେ ।।ଏହାପରେ ହୁମ୍ମା ଗ୍ରାମ ପଞ୍ଚାୟତର ନବନିର୍ମାଣ କୋଠା , ମିଶନ ଶକ୍ତି ଭବନ,ପଠାଗାର, ବୁଲି ଦେଖିବା ପରେ , ବୋରି ଗାଁ ସ୍ଥିତ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ହାଇବ୍ରେଡି ମାଛ ଚାଷ ବୁଲି ଦେଖି ଅନୁଧ୍ୟାନ କରିଥିଲେ । ଏହା ସହ ମଲାଡ଼ ପଞ୍ଚାୟତ ର ପଣିବନ୍ଧ ଠାରେ ବର୍ଯ୍ୟ ବସ୍ତୁ ପରିଚାଳନା କେନ୍ଦ୍ର , ମିଶନ ଶକ୍ତି ଭବନ, ବ୍ୟାୟାମ କେନ୍ଦ୍ର,ବୁଲି ଦେଖିଥିଲେ । ଶେଷରେ ସନ୍ତୋଷ ପୁର ପଞ୍ଚାୟତ ର କର୍ତ୍ତିକଢ଼ି ଗ୍ରାମ ଠାରେ ଥିବା ଗ୍ରାମ୍ୟ ପାର୍କ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ପାଳିବନ୍ଦ ପଞ୍ଚାୟତ ର ସରପଞ୍ଚ ଦିଲ୍ଲୀପ ଛୋଟରାୟ, ହୁମ୍ମା ପଞ୍ଚାୟତ ର ସରପଞ୍ଚ ଚନ୍ଦ୍ର ମୋହନ ସାହୁ, ମଲାଡ଼ ପଞ୍ଚାୟତ ର ସରପଞ୍ଚ ପ୍ରଭାତ ସେଠି, ସନ୍ତୋଷପୁର ପଞ୍ଚାୟତ ର ସରପଞ୍ଚ ଡି.ନିରଞ୍ଜନ ରେଡି ,କନିଷ୍ଟ ଯନ୍ତ୍ରି ପ୍ରମୁଖ ଉପସ୍ଥିତ ଥିଲେ। ଅଶାନ୍ତ ୨୩ ତାରିଖରେ ପୁଣି କେନ୍ଦୁଝର ଜିଲ୍ଲାର ଏକ ଟିମ ଉକ୍ତ ସ୍ଥାନ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।


