ସେନ୍ସେକ୍ସ ୧୯୨ ପଏଣ୍ଟରେ ବନ୍ଦ

ମୁମ୍ବାଇ, (ଏଜେନ୍ସି): ଗୁରୁବାର ଶେୟାର ବଜାର କାରବାର ହ୍ରାସ୍ରେ ବନ୍ଦ ହୋଇଛି । ଆଜିର କାରବାର ଶେଷ ସୁଦ୍ଧା ବିଏସ୍ଇର ୩୧ଟି ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ୧୯୨.୪୦ ପଏଣ୍ଟ ତଥା ୦.୪୯% ହ୍ରାସ୍ ସହିତ ୩୮,୬୮୪.୭୨ ପଏଣ୍ଟରେ ଓ ଏନ୍ଏସ୍ଇର ୫୦ଟି ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ନିଫ୍ଟି ୪୫.୯୫ ପଏଣ୍ଟ ତଥା ୦.୩୯% ହ୍ରାସ୍ରେ ୧୧,୬୦୦ ପଏଣ୍ଟରୁ ନିମ୍ନକୁ ଆସି ୧୧,୫୯୮ପଏଣ୍ଟରେ ବନ୍ଦ ହୋଇଛି । ସେନ୍ସେକ୍ସର କମ୍ପାନୀଗୁଡ଼ିକ ମଧ୍ୟରେ ସର୍ବାଧିକ ୩.୧୭% ହ୍ରାସ୍ ଘଟିଛି । ବିଏସ୍ଇର ମିଡ଼୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ରେ ୦.୩୨% ପର୍ଯ୍ୟନ୍ତ ହ୍ରାସ୍ ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ