ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା ଆହାର ପ୍ରଦାନ
ପୋଲସରା – ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଡିକାଲ ପରିସରରେ ଥିବା ଆମ ଆହାର କେନ୍ଦ୍ରରେ ପ୍ରତି ରବିବାର ଦିନ ରୋଗୀ,ରୋଗୀ ନିକଟରେ ରହୁଥିବା ବ୍ୟକ୍ତି ଓ ନିଃସହାୟ ମାନଙ୍କୁ ମାଗଣାରେ ଆହାର ଯୋଗାଇ ଦିଆଯାଉଅଛି । “ମାନବ ସେବା ହିଁ ମାଧବ ସେବା”, “ନର ଦେହେ ନାରାୟଣ” ,ଏହି ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସେବା ଚାରିଟେବୁଲ ଟ୍ରଷ୍ଟର ଚେଇରମ୍ୟାନ ମନୋଜ ଘଡେଇ, ସମ୍ପାଦକ ଗୋପାଳ କୃଷ୍ଣ ସାହୁ, କୋଷାଧ୍ୟକ୍ଷ ରତ୍ନାକର ସାହୁ, ଉପଦେଷ୍ଟା ସନ୍ତୋଷ କୁମାର ବେହେରା ପ୍ରମୁଖ ରବିବାର ଦିନ ବନ୍ଦ ରହୁଥିବା ଆହାର କେନ୍ଦ୍ରରେ ମାଗଣା ଆହାର ବଣ୍ଟନ ବ୍ୟବସ୍ଥା କରାଉଥିବା ଜଣାପଡ଼ିଛି। ଏହା ଦ୍ୱାର ବହୁ ଗରିବ ନିଃସହାୟ ବକ୍ତି ବୃନ୍ଦ ଉପକୃତ ହୋଉଥିବା ବେଳେ ଟ୍ରଷ୍ଟର ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।


