ସେବା ପକ୍ଷ ଅବସରରେ ଚକ୍ଷୁ ଚିକିତ୍ସା ଶିବିର
ବ୍ରହ୍ମପୁର, ( ଅନିଲ କୁମାର) : ପ୍ରଧାନମନ୍ତ୍ରୀଙ୍କ ନୀତି ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ଓ ଗରିବ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ଲାଭ କରିଥିବା ଦେଶବାସୀ ଅନୁଭବ କରିବା କାରଣରୁ ତାଙ୍କ ପ୍ରତି ସମାଜର ସବୁ ବର୍ଗର ଲୋକ ମାନଙ୍କ ସମର୍ଥନ ବୃଦ୍ଧି ପାଉଛି । ବର୍ତମାନର ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ତଥା ଗରିବ, ବଂଚିତ, ଦଳିତ, ଆଦିବାସୀ ଏବଂ କୢଷକ ମାନଙ୍କର ତ୍ରାଣକର୍ତା ରୂପେ କାର୍ଯ୍ୟ କରୁଥିବା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ୱର ୧୭ ତାରିଖ ଦିନ ୭୨ ବର୍ଷରେ ପଦାର୍ପଣ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ସେପ୍ଟେମ୍ୱର ୧୭ ତାରିଖରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୧୫ ଦିନ ଧରି ‘ସେବାପକ୍ଷ’ ସମଗ୍ର ଦେଶରେ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟମାନ ଅନୁଷ୍ଠିତ କରାଯିବାକୁ ସ୍ଥିର ହୋଇଛି । ୧୫ ଦିନ ଧରି ପାଳନ କରାଯିବାକୁ ଥିବା ‘ସେବାପକ୍ଷ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନର କାମନା କରାଯିବା ସହିତ ବିଭିନ୍ନ ସେବାମୁଳକ କାର୍ଯ୍ୟ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ବୁଦ୍ଧିଜିବୀ ସମ୍ମିଳନୀ, ବୢକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ ଆଦି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨୨ନଂ ୱାର୍ଡ଼ କର୍ପୋରେଟର୍ ପ୍ରଦୀପ କୁମାର ଶତପଥିଙ୍କ ତତ୍ତ୍ୱାବଧାନରେ ସିଟି ହସ୍ପିଟାଲ୍ ଛକ ନିକଟସ୍ଥ ବାବାଜୀତୋଟା ସାହି ସ୍ଥିତ ହୋଟେଲ ଜେ.ବି. ପ୍ରାଙ୍ଗନ ସମ୍ମିଳନୀ କକ୍ଷରେ ‘ସେବାପକ୍ଷ’ ପାଳନ ଅବସରରେ ଏଲ୍.ଭି. ପ୍ରଶାଦ ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚକ୍ଷୁ ଚିକିତ୍ସା ଶିବିରକୁ ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ କାହ୍ନୁ ଚ଼ରଣ ପତି ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଆନୁଷ୍ଠନିକ ଭାବେ ଶୁଭାରମ୍ଭ କରିଥିଲେ । ଶିବିରରେ ଚକ୍ଷୁ ଚିକିତ୍ସକ ଡ଼ା.ସନ୍ତୋଷ ବେହେରା ଉପସ୍ଥିତ ରହି ରୋଗୀଙ୍କ ଚକ୍ଷୁ ଚିକିତ୍ସା କରିଥିବା ବେଳେ ଡ଼ା.ବିଶ୍ୱଜିତ ପରିଡ଼ା, ଡ଼ା. ସ୍ୱପ୍ନା ପାଢ଼ୀ, ଡ଼ା. ଅନିଲ କୁମାର ପାଇକରାୟ ପ୍ରମୁଖ ଚକ୍ଷୁ ଚିକିତ୍ସା ଶିବିରରେ ସହଯୋଗ କରିଥିଲେ । ୧୫ ଦିନ ଧରି ଚାଲିବାକୁ ଥିବା ସେବାପକ୍ଷ ପାଳନ ଅବସରରେ ଆସନ୍ତା ସେପ୍ଟେମ୍ୱର ୨୧ ତାରିଖ ଦିନ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜରଦୋଷ ବ୍ରହ୍ମପୁର ଆସୁଛନ୍ତି । ଏହା ସହ କେନ୍ଦ୍ର ମନ୍ତ୍ରୀ ଜରଦୋଷଙ୍କ ଗୋପାଳପୁର, ଚିକିଟି, ଛତ୍ରପୁର ବିଧାନସଭା କ୍ଷେତ୍ରରେ ବିଭିନ୍ନ ସେବାମୁଳକ କାର୍ଯ୍ୟକ୍ରମ ସହ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଏନ୍. ରାଜେନ୍ଦ୍ର କୁମାର, ପ୍ରବୀର ପାତ୍ର, ସୁନିଲ କୁମାର ସାହୁ, କର୍ପୋରେଟର୍ ଡ଼ି. କରୁଣାକର, ରଞ୍ଜିତା ବେହେରା, ନୀଳକଣ୍ଠ ସାହୁ, ସବିତା ସାହୁ, ପ୍ରଫୁଲ୍ଲ ପାଣିଗ୍ରାହୀ, ରାମନାଥ ଗନ୍ତାୟତ, ସିଏଚ୍ ଆପନା, ନୀହାର ରଞ୍ଜନ ଦାସ ପ୍ରମୁଖ ବିଜେପି କାର୍ଯକର୍ତା ଉପସ୍ଥିତ ଥିବା ବେଳେ ରବିନ୍ଦ୍ର ବେହେରା, ନାରାୟଣ ସାହୁ, ମହେଶ ଚୌଧୁରୀ, ଏମ୍. ଦିଲୀପ ରାଓ, ଶିବ ଶଙ୍କର ସାହୁ, ଏନ୍. ନାଗେଶ୍ୱର ରାଓ ଆଦି ଅଞ୍ଚଳ ବାସୀ ଏହି ଚକ୍ଷୁ ଚିକିତ୍ସା ଶିବିର ଆୟଜନରେ ସହଯୋଗ କରିଥିଲେ ।


