ବେଂଟକାର ସ୍କୁଲ୍‌ରେ ଶିକ୍ଷକ ଅଭାବ, ପାଠପଢାରେ ବ୍ୟାଘାତ

ବୟାଳିଶମୌଜା, (ଯୁଗାବ୍ଦ ନ୍ୟୁଜ) : କଟକସଦର ୪୨ମୌଜାରେ ସୁନାମଧନ୍ୟ ବେଂଟକାର ସ୍କୁଲ୍‌ରେ ପାଠପଢା ଶିକ୍ଷକ ଅଭାବରୁ ସଠିକ୍ ଭାବରେ ହୋଇପାରୁନାହିଁ ବୋଲି ବର୍ତମାନ ଅଭିଭାବକ ମହଲରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ବେଂଟକାର ନୋଡାଲ ବିଦ୍ୟାଳୟରେ ୫୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଥିବା ବେଳେ ସେହି ଅନୁପାତରେ ଶିକ୍ଷକ ନାହାନ୍ତି । ଯଦ୍ୱାରା ସଠିକ୍ ଭାବରେ ସବୁ ବିଭାଗରେ ପାଠ ପଢା ହୋଇପାରୁନାହିଁ । ଅନୁମୋଦିତ ଶିକ୍ଷକ ସଂଖ୍ୟା ୮ରୁ ଉର୍ଦ୍ଧ୍ୱ ଶିକ୍ଷକ ନାହାନ୍ତି । ଆଶ୍ଚର୍ଯ୍ୟର କଥା ପ୍ରଥମରୁ ସପ୍ତମ ଶ୍ରେଣୀରେ ୩୬୬ରୁ ଉର୍ଦ୍ଧ୍ୱ ପିଲା ପାଠ ପଢୁଥିଲେ ମଧ୍ୟ କୌଣସି ଅନୁମୋଦିତ ଶିକ୍ଷକ ନାହାନ୍ତି । ତାହା ସହିତ ଦୀର୍ଘ ୩ବର୍ଷରୁ ଉନ୍ଧ୍ୱର୍ ହେବ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ଅଭାବ ରହିଛି ଯଦ୍ୱାରା ଛାତ୍ରଛାତ୍ରୀମାନେ ଶିକ୍ଷାଗ୍ରହଣରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଉନ୍ନତ ଶିକ୍ଷା ଗ୍ରହଣ କରିନପାରି ରେଜଲ୍ଟ ଖରାପ ହେଉଛି । ଏହି ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଳ୍ପତରୁ ପାଗଲଙ୍କୁ ଯୋଗାଯୋଗ କରିବାରୁ ସେ ବିଦ୍ୟାଳୟର ସମସ୍ତ ସମସ୍ୟା ଓ ଶିକ୍ଷକ ଅଭାବ ବିଷୟରେ ମଧ୍ୟ ମତପ୍ରଦାନ କରିଛନ୍ତି । ଏଥିପାଇଁ ୫ଟି ଯୋଜନାରେ ଅର୍ନ୍ତଭୂକ୍ତ ଏହି ବିଦ୍ୟାଳୟରେ ଯୁଦ୍ଧକାଳୀନ ଭିତିରେ ଶିକ୍ଷକ ନିଯୁକ୍ତିି କରିବାକୁ ସାମ୍ବାଦିକ ଅନୀଲ ଦାସ, ଚିନ୍ମୟ ମହାପାତ୍ର, ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡା, ଭଗବତ ପତି ଓ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତା ଶିକ୍ଷାବିଭାଗ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ