ସୋରଡା ଥାନା ଅଧିକାରୀ ଙ୍କ ବଦାନ୍ୟତା
ସୋରଡା,(ରଜନୀକାନ୍ତ ମହାପାତ୍ର):ସୋରଡା ଥାନା ଅଧିକାରୀ ଙ୍କ ବଦାନ୍ୟତା ଯୋଗୁଁ ଆଜି ଦୁଇଟି ଶିଶୁ ନିଜ ଆଖି ଅପେରେସନ କରିବା ସହ ପାଠ ପଢିବା ପାଇଁ ସୁବିଧା ପାଇପାରିଛନ୍ତି। ସୋରଡା ଥାନା ଅଧିକାରୀ ଙ୍କ ଏହି ମହତପଣିଆ ପାଇଁ ପରିବାର ବର୍ଗ କୃତଙ୍ଗ୍ୟତା ଜ୍ଞାପନ କରିବା ସହ ଅଞ୍ଚଳ ବାସୀ ଥାନା ଅଧିକାରୀ ଙ୍କ ଏହି କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ମିଳିଥିବା ସୂଚନା ପ୍ରକାରେ ସୋରଡା ବ୍ଲକ ଅନ୍ତର୍ଗତ ଗେଞ୍ଜା ପଞ୍ଚାୟତ ର ସାପୁଆପଲି ଗ୍ରାମ ର ତ୍ରିଲୋଚନ ପ୍ରଧାନଙ୍କ ଦୁଇ ଦ୍ରୁଷ୍ଟି ବାଧିତ ଶିଶୁ ଦିବ୍ୟାଙ୍ଗ କୁ ନଭେମ୍ବର ମାସ ରେ ଭୁବନେଶ୍ବର ନେବା ସହ ଅସ୍ତ୍ରୋପ୍ରଚାର କରାଇ ଆଣି ଥିଲେ ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ। ଏବେ ଉଭୟ ଶିଶୁ ଙ୍କୁ କିଛି କିଛି ଦେଖାଯାଉଥିବା କହିଛନ୍ତି ମା ନନ୍ଦିନୀ । ସୋରଡା ଥାନା ଅଧିକାରୀ ଶ୍ରୀ ପ୍ରଧାନ ଏହି ଦ୍ରୁଷ୍ଟି ବଧିତ ଶିଶୁ ଙ୍କୁ ଆମ୍ବପୁଆ ଦିବ୍ୟାଙ୍ଗ ବିଦ୍ୟାଳୟ ରେ ପାଠ ପଢିବା ପାଇଁ ବନ୍ଦୋବସ୍ତ ମଧ୍ୟ କରିଦେଇଛନ୍ତି। ଆଜି ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ସହାୟତା ରେ କର୍ମଚାରୀ କୃଷ୍ଣ ଚନ୍ଦ୍ର ସ୍ଵାଇଁ ଦୁଇ ଶିଶୁ ଶୁଭଶ୍ରୀ ଓ ରାହୁଲ କୁ ଜନସେବା କେନ୍ଦ୍ର କୁ ନେଇ ଅନଲାଇନ ଆବେଦନ ମଧ୍ୟ କରିଛନ୍ତି। ଏବେ ପରିବାର ବର୍ଗ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କୁ ଧନ୍ୟବାଦ ଜଣାଇଛନ୍ତି। ଗତ ନଭେମ୍ବର ମାସ ରେ ଥାନା ଅଧିକାରୀ ଗେଞ୍ଜା ପଞ୍ଚାୟତ କୁ ଯାଇଥିବା ବେଳେ ସାପୁଆପଲି ଗ୍ରାମ ରେ ଦିନମଜୁରିଆ ତ୍ରିଲୋଚନ ପ୍ରଧାନ ଙ୍କ ଦୁଇ ଶିଶୁ ବସିଥିବା ଦେଖିବାକୁ ପାଇଥିଲେ। ଅଧିକ ଜ୍ଵର ହେଇ ଆଖିକୁ ଦେଖା ଯାଉନଥିବା କହିଥିଲେ ବାପା ତ୍ରିଲୋଚନ। ପରେ ଥାନା ଅଧିକାରୀ ଦୁଇ ଶିଶୁ ଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ଏଲ.ବି ପ୍ରସାଦ ଡାକ୍ତର ଖାନା କୁ ଯୋଗଯୋଗ କରି ଏହି ଦୁଇ ଶିଶୁ ଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ବାନ ହେଇଥିଲେ। ଏବେ ଏହି ଦୁଇ ଶିଶୁ ଙ୍କୁ କିଛି ପରିମାଣ ରେ ଦେଖିବାକୁ ମିଳୁଥିବା ବେଳେ ଏବେ ଏମାନେ ପାଠପଢିବେ । ସୋରଡା ଥାନା ଅଧିକାରୀ ଙ୍କ ଏହି ପ୍ରଚେଷ୍ଟା କୁ ଅଞ୍ଚଳ ବାସି ପ୍ରଶଂସା କରିଛନ୍ତି।


