ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌କୁ ଜବତ କଲା ପୋଲିସ

ବନ୍ତ,(ଚାନ୍ଦିନୀ ମହାନ୍ତି) : ସୋମବାର ବନ୍ତ ଥାନା ଅଧିନ ବନ୍ତ ଗ୍ରାମର ବିଜୟ କୁମାର ମହାନ୍ତିଙ୍କ ବାଡିରେ ଅଜଣା ବ୍ୟକ୍ତି ଦ୍ୱାରା ଫିଙ୍ଗାଯାଇଥିବା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌କୁ ପୋଲିସ ଜବତ କରିଛି । ବ୍ୟାଗ୍ ଭିତରେ ପ୍ରାୟ ୪ କିଗ୍ରା ଗଞ୍ଜେଇ ଥିବା ପୋଲିସ କହିଛି । ପ୍ରକାଶ ଯେ, ଜଣେ ଅଜଣା ବ୍ୟକ୍ତି ଏକ ମଟର ସାଇକେଲ ଯୋଗେ ଆନନ୍ଦପୁର ଆଡୁ ଆସି ବନ୍ତ ଦୁର୍ଗା ମଣ୍ଡପସ୍ଥିତ ବାମ ପାଶ୍ୱର୍ ରାସ୍ତାରେ ବନ୍ତ ଗ୍ରାମ ଭିତରକୁ ଯାଇ ବିଜୟ ମହାନ୍ତିଙ୍କ ଘର ପାଖ ବାଡିରେ ଏକ ବ୍ୟାଗ୍ ପକାଇ ଦେଇ ବି.ଇ.ଓ ଅଫିସ ରାସ୍ତା ଦେଇ ଦ୍ରୁତ ଗତିରେ ଗାଡି ଚଳାଇ ପଳାଇ ଯାଇଥିଲା । ଗ୍ରାମଲୋକେ ବ୍ୟାଗକୁ ଦେଖି ଭୟ ଓ ଆଶଙ୍କାରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଂଚି ବ୍ୟାଗ୍‌କୁ ଜବତ କରିଥିଲେ ମଧ୍ୟ ମଟର ସାଇକେଲ ଚାଳକକୁ ଧରିବାକୁ ସକ୍ଷମ ହୋଇନଥିଲା । ଏନେଇ ଥାନାରେ ମାମଲା ରୁଜ୍ଜୁ ହେବ ବୋଲି ପୋଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ