ସୋରଡ଼ା ବିଧାୟକଙ୍କ ଜନ୍ମ ଦିନରେ ତନରଡା ପଂଚାୟତ ତରଫରୁ ରକ୍ତଦାନ ଶିବିର

ଗାଙ୍ଗପୁର, (ସନ୍ତୋଷ ବିଶୋୟୀ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ପଂଚାୟତ କାର୍ଯ୍ୟାଳୟ ଠାରେ ଆଜି ସୋରଡ଼ା ବିଧାୟକଙ୍କ ଜନ୍ମ ଦିନ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ସରପଞ୍ଚ ଅନୀଲ ପାଠୀଙ୍କ ଝିଅ ଶ୍ୱେତା ରାଣୀ ପାଠୀ ପ୍ରଥମ ଥର ପାଇଁ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ I ବିଧାୟକ ଶ୍ରୀ ସ୍ୱାଇଁ ତନରଡା ପଂଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ I ଏହି ଅବସରରେ ପଂଚାୟତର ସବୁ ବର୍ଗର ଜନ ସାଧାରଣ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇଥିଲେ I ଆସ୍କା ସାଂସଦ ପ୍ରମିଳା ବିଷୋୟୀ ତାଙ୍କୁ କେକ୍ ଖୂଆଇ ବିଧାୟକଙ୍କ ଦୀର୍ଘାୟୁ କାମନା କରିବା ସହ ଅଞ୍ଚଳର ଜନ ସାଧାରଣଙ୍କ ପାଇଁ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ I ଏହି ଅବସରରେ ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅୟୋଜନ ହୋଇଥିଲା I ଏଥିରେ ବେଲଗୁଣ୍ଠା ଯୁକ୍ତ ତିନି ବିଜ୍ଞାନ ମହାବିଦ୍ୟାଳୟ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ I ଏଥିରେ ୨୬ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଶ୍ୱେତାରାଣୀ ଙ୍କ ସହ ରତ୍ନମାଳା ପୋଲେଇ , ସନ୍ତୋଷ ଚନ୍ଦ୍ର ନାୟକ,ରାଧା ମୋହନ୍ ଦାସ୍, ବିଶ୍ଵନାଥ ଡାକୂଆ,ବଳରାମ ଜେନାଙ୍କ ସହ ୨୬ ଜନ ରକ୍ତଦାତା ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ପ୍ରମିଳା ବିଷୋୟୀଙ୍କ ସହ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ତଥା ୪୭ ନମ୍ବର୍ ଜୋନ୍ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ଡ଼ିଜିଟାଲ ସମ୍ପାଦକ ବିଭୂପାଦ ଜେନା, ତନରଡା ସରପଞ୍ଚ ଅନୀଲ ପାଠୀ ଓ କଲେଜ୍ ଅଧ୍ୟକ୍ଷ ଅଜିତ୍ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼କ୍ଟର୍ ପ୍ରଫୁଲ୍ଲ କୁମାର ଜେନା ସଂଯୋଜକ ଭାବେ ଯୋଗ ଦେଇଥିବା ବେଳେ ଏନ୍ଏସ୍ଏସ୍ ପକ୍ଷରୁ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସପନ କୁମାର ପ୍ରଧାନ, ରଞ୍ଜିତ କୁମାର ସାମଲ, ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ, ବିଶ୍ଵ ରଞ୍ଜନ ସ୍ୱାଇଁ,ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ