ସୋସିଆଲ ମିଡିଆରେ ଯୁବତୀର ଅଶ୍ଳିଳ ଭିଡିଓ ଭାଇରାଲ କରି ୨ଯୁବକ ଗିରଫ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ କୋରୁଅ ପଂଚାୟତର ଜଣେ ଯୁବତୀଙ୍କର ଅଶ୍ଳିଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ୨ଜଣ ଯୁବକ ଗିରଫ ହୋଇଛନ୍ତି । ଜୈନିକା ଯୁବତୀ ଏସଂକ୍ରାନ୍ତରେ ସେପ୍ଟେମ୍ବର ୨ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଯୁବତୀ ଜଣଙ୍କ ନିକଟସ୍ଥ ମଉଳା ଭଣଜା ମହାବିଦ୍ୟାଳୟ, ଗଙ୍ଗଦାରେ ପଢୁଥିବା ସମୟରେ ଧୂଆଁପଦା ଗ୍ରାମର ରାହୁଲ ଦଳାଇଙ୍କ ସହ ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଦୁହେଁ ଫୋନରେ କଥା ହେବା ପରେ ରାହୁଲ ବିବାହର ପ୍ରତିଶୃତି ଦେଇଥିଲା । ସଂପର୍କ ନିବିଡ ହେବାରୁ ପରବର୍ତି ସମୟରେ ଭିଡିଓ କଲ ମାଧ୍ୟମରେ ମୋତେ ଚାପ ପକାଇ ମୋର ଅଶ୍ଳିଳ ଭିଡିଓ ରେକର୍ଡିଂ କରି ରଖିଥିଲା । ଭିଡିଓ ରେକର୍ଡିଂ କରିବା ପରେ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲା । ଯଦି ସଂପର୍କ ନ ରଖେ ତେବେ ଅଶ୍ଳିଳ ଭିଡିଓ ଭାଇରାଲ କରିବା ପାଇଁ ଧମକ ଦେଇଥିଲା । ଏକଥା ଭୟରେ ଓ ଲାଜରେ ମୁଁ ଘରେ କହି ନଥିଲି । ପରେ ରାହୁଲର ନମ୍ବରକୁ ବ୍ଳକ କରି ଦେଇଥିଲି । ରାହୁଲ ସହିତ ମୋର କୌଣସି ସଂପର୍କ ନ ରହିବାରୁ ଉକ୍ତ ଅଶ୍ଳିଳ ଭିଡିଓକୁ ସେ ଡେରିକି ଗୋବରୀକୂଳ ଗ୍ରାମର ରାଜକିଶୋର ଜେନାକୁ ପ୍ରଦାନ କରିଥିଲେ । ରାଜକିଶୋର ମୋତେ ତା ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଳା । ଯଦି ନ ରଖୁ ତେବେ ତୋ ଅଶ୍ଳିଳ ଭିଡିଓ ଭାଇରାଲ କରିବି ବୋଲି ଧମକ ଦେଇଥିଲା । ଯାହାଫଳରେ ମୁଁ ଉଭୟଙ୍କ ମୋବାଇଲ ନମ୍ବର ବ୍ଳକ କରି ଦେଇଥିଲି । ନମ୍ବର ବ୍ଳକ କଲା ପରେ ଦୁହେଁ ରଖିଥିବା ମୋର ଅଶ୍ଳିଳ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ଯାହାଫଳରେ ମୋର ସାମାଜିକ ମର୍ଯ୍ୟାଦା ହାନି ଘଟିଛି । ମୋ ପରିବାର ଓ ମୋର ସମ୍ମାନ ହାନି କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯିବ ସହ ତଦନ୍ତ ଜାରି ରହିଥିବା ଥାନାଧିକାରି ସଂଘମିତ୍ରା ନାୟକ ପ୍ରକାଶ କରିଛନ୍ତି ।


