ସୋସୋ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ସୋସୋ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ଜେନା ଓ ସଂଯୁକ୍ତା ମଲ୍ଲିକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସୋସୋ ସରକାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମନୋଜ ମଞ୍ଜରୀ ମଲ୍ଲିକ, ସମ୍ମାନୀତ ଅତିôତ ଭାବେ ହାଟଡିହି ବ୍ଲକ ଶିକ୍ଷକ ସଂଘ ସଭାପତି ହରମୋହନ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଅନାଦି ଚରଣ ନାୟକ, ନୁଆଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ରାଉତ, ବାଙ୍ଗୋର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ସୋସୋ ପଞ୍ଚାୟତର ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ରଙ୍ଗାଧର ସିଂ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ନନ୍ଦ କିଶୋର ଜେନା ଏବଂ ଶିକ୍ଷୟତ୍ରୀ ସଂଯୁକ୍ତା ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ପୁର୍ବକ ତାଙ୍କ କର୍ମମୟ ଜିବନୀ ଉପରେ ଆଲୋକପାତ କରିବା ସହ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକୟତ୍ରୀ ମଞ୍ଜୁଲତା ରାଉତଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ରକମରେ ଶିକ୍ଷୟତ୍ରୀ ଗିତାଞ୍ଜଳୀ ରାଉତ, ଉଷାରାଣୀ ବାରିକ, ପବିତ୍ର ମୋହନ ବାରିକ, ସୁଜିତ କୁମାର ମହାନ୍ତି, ସୁସନ୍ଧ୍ୟା ପ୍ରୀୟଦର୍ଶନୀ ମହାନ୍ତି, ଳକ୍ଷ୍ମୀପ୍ରୀୟା ରାଉତ, ଦମୟନ୍ତୀ ପହି, ସହକାରୀ ଶିକ୍ଷକ କୃଷ୍ଣଚନ୍ଦ୍ର ପାଗଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


