ଶିଶୁଙ୍କ ନିର୍ଯ୍ୟାତନା ମାମଲାରେ ଅଙ୍ଗନବାଡି କର୍ମୀ କାର୍ଯ୍ୟରୁ ନିଳମ୍ବିତ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ଶିବନାରାୟଣପୁର ଅଙ୍ଗନବାଡି କେନ୍ଦ୍ରରେ ପସି ଜଣେ ଅଭିଭାବକ ଅନ୍ୟ ଜଣେ ଛାତ୍ରକୁ ଅମାନୁସିକ ମାଡ ମାରିବା ଘଟଣାରେ ଗତକାଲି ପୁଲିସ ଅଭିଯୁକ୍ତ ସନାତନ ଘଡେଇକୁ ଗିରଫ କରିଥିବାବେଳେ ଆଜି ଆନନ୍ଦପୁର ଉପଜିଲ୍ଲାପାଳ ଅଙ୍ଗନବାଡି କର୍ମୀଙ୍କ ହାତରୁ ଦାୟିତ୍ୱ କାଢ଼ିନେଇଛନ୍ତି । ଉପଜିଲ୍ଲାପାଳଙ୍କ ଚିଠିନଂ ୫୯୪୬ ତା୭/୧୧/୨୦୧୯ରେ ଏହି ନିର୍ଦ୍ଦେଶ ଦିଆଯାଇଛି । ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଅଙ୍ଗନବାଡି କର୍ମୀ ସୁବାସିନି ପ୍ରଧାନଙ୍କ ପାଖକୁ ସ୍ୱତନ୍ତ୍ର ବାର୍ତ୍ତାବହ ମାଧ୍ୟମରେ ଚିଠି ପଠାଇ ଆସନ୍ତାକାଲି ସୁଧା ଦାୟିତ୍ୱ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କଠାରୁ ଦାୟିତ୍ୱ କାଢ଼ି ନିଆଯାଇଥିବା ସମ୍ପର୍କରେ ଉଲେଖ କରାଯାଇଛି ।ଏଠାରେ ସୁଚନାଯୋଗ୍ୟ ଯେ ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ୧ନଂ ଅଙ୍ଗନବାଡି କେନ୍ଦ୍ରରେ ଗତ ୨ତାରିଖ ଦିନ ଶିଶୁମାନେ ଅଙ୍ଗନବାଡିକୁ ଯାଇଥିବାବେଳେ ପ୍ରମୋଦ ପାଳ ଓ ସନାତନ ଘଡେଇଙ୍କ ପୁଅ ମାନଙ୍କ ଭିତରେ ଏକ ଖେଳାନାକୁ ନେଇ କଳି ଲାଗିଥିଲେ । ସେହି ସମୟରେ ଅଙ୍ଗନବାଡି କେନ୍ଦ୍ରର କର୍ମୀ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ଥିଲେ । ସନାତନ ଘଡେଇଙ୍କ ପୁଅ ଘରକୁ ଦୌଡିଯାଇ ତାର ବାପାଙ୍କୁ ଏ ବାବଦରେ କହିବାରୁ ସନାତନ ଘଡେଇ ଅଙ୍ଗନବାଡି କେନ୍ଦ୍ରକୁ ଆସି କାହାରିକୁ କିଛି ନକହି ଭିତରେ ପସି ଛୋଟ ଶିଶୁର ଗୋଡ ଦୁଇଟିକୁ ଧରି ଉପରକୁ ଟେକିଦେଇ ମାରିଦେବାକୁ ଧମକ ଦେବାସହ ଦୁଇ ଚାପୁଡା ମାରିଥିଲା । ଏହି ମାଡବେଳେ ଅଙ୍ଗନବାଡି କର୍ମୀ ବିରୋଧ କରିବାରୁ ସେ ତାହାକୁ ନମାନିବାରୁ ଦିଦି ଜଣକ ମାଡ ସମୟର ଦୃଶ୍ୟକୁ ନିଜ ମୋବାଇଲରେ ସୁଟିଂ କରିଦେଇଥିଲେ । ତିଦିନ ପରେ ଏହି ଭିଡିଓଟି ଭାଇରାଲ ହେବାପରେ ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ତିନିଦିନ ପରେ ଅଙ୍ଗନବାଡି କର୍ମୀ ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରଚାର ହେବାପରେ ସାରା ରାଜ୍ୟରେ ଏହାକୁନେଇ ର୍ଚ୍ଚା ହୋଇଥିଲା । ଜିଲ୍ଲା ସ୍ତରର ଅଧିକାରୀଙ୍କ ସହିତ ହାଟଡିହି ବିଡିଓ ଏହାର ତଦନ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ