ସୌରଚାଳିତ ଜଳ ଯୋଗାଣ ପ୍ରକଳ୍ପ ସାଂସଦଙ୍କ ଦ୍ୱାରା ଉଦ୍‌ଘାଟିତ

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଖଇରପୁଟି ପଞ୍ଚାୟତର ବଡସାଦରା ଗ୍ରାମରେ ସ୍ବର୍ଗତ ତିଳ ସ୍ବାଇଁଙ୍କ ଦ୍ଵାଦଶାହ ଉପଲକ୍ଷେ ଗ୍ରାମବାସୀଙ୍କୁ ସ୍ଵଚ୍ଛ ପାନୀୟଜଳ ଯୋଗାଇବା ଉଦ୍ଦେଶ୍ୟରେ ଖଇରପୁଟି ଗ୍ରାମ ପଂଚାୟତ ସୌଜନ୍ୟରେ ଏକ ସୌରଚାଳିତ ଜଳ ଯୋଗାଣ ପ୍ରକଳ୍ପ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ପୂର୍ବତନ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ତଥା ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀ ବେହେରା, ଖଇରପୁଟି ସରପଞ୍ଚ ପ୍ରତିମା ଜେନା, ସମିତି ସଭ୍ୟ ପ୍ରଭାତ କୁମାର ସ୍ୱାଇଁ ଏବଂ ୪୭ ନମ୍ବର୍ ଜୋନ୍ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଯୋଗ ଦେଇ ସ୍ଵର୍ଗତା ସ୍ୱାଇଁଙ୍କ ସ୍ମୃତି ଚାରଣ କରିଥିଲେ ଓ ପ୍ରକାଶ ଥାଉକି ସ୍ଵର୍ଗତା ତିଳ ସ୍ୱାଇଁଙ୍କ ୧୦୭ ବର୍ଷ ବୟସରେ ଦେହାନ୍ତ ଘଟିଥିବା ବେଳେ ସେ ଜଣେ ଧର୍ମପରାୟଣା ଏବଂ ପରୋପକାରୀ ମହିଳା ଭାବେ ଅଞ୍ଚଳରେ ସୁଖ୍ୟାତି ଅର୍ଜନ କରିଥିଲେ ଓ ଆଜିର କାର୍ଯ୍ୟକ୍ରମରେ ସମସ୍ତ ବଡ଼ ସାଦରା ଗ୍ରାମବାସୀ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ