ସ୍କୁଲରେ ଜଗିରେ ପୁଲିସ, ସ୍କୁଲ ପରିସରରେ ଠାକୁରପାଦୁକ ପାଣି ଛିଚାଂଗଲା
ଛତ୍ରପୁର, (ଦେବଦତ୍ତ ମହାରଣା):ଆଜିକା ଜ୍ଞାନ ବିଜ୍ଞାନ ଯୁଗରେ ଦୋ ଛକିରେ ଏମିତି କିଛି ଘଟଣା ଘଟିଥାଏ ଯାହାକୁ ବିଶ୍ୱାସ କରିହୁଏନି କି ଅବିଶ୍ୱାସ ମଧ୍ୟ କରି ହୁଏନି । ଏପରିକ ଏକ ଘଟଣା ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତୁଡୁକପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଚାଂୟତ ଅଧିନ ତୁଡୁକପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ୪ ରୁ ୫ ଦିନ ହେବ ପିଲାମାନେ ପଢୁଥିବା ବେଳେ ସେମାନଙ୍କ ଉପରକୁ ମଳ ଛିଟା ପଡିଥିଲା । ଏହାର ସତ୍ୟତା କିଛି ଜଣାପଡିନଥିବା ବେଳେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ସ୍କୁଲରେ ପଢୁଥିବା ଛାତ୍ର/ଛାତ୍ରୀମାନେ ଗ୍ରାମ ନିକଟରେ ଥିବା ଅଙ୍ଗନବାଡି କେନ୍ଦ୍ର ରେ ଆଜି ଠାରୁ ପାଠପଢା ଆରମ୍ଭ ହୋଇଛି । ଏହା ଚଳିତ ମାସ ୨୧ ତାରିଖ ପ୍ରର୍ଯ୍ୟନ୍ତ ଚାଲିବ ଏହାପରେ ଏକ୍ସ ମାସ ଛୁଟି ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଇଓ ସିତାରାମ ପାତ୍ର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସ୍କୁଲ ରେ ପୁଲିସ ୬ ରୁ ୭ ଜଣ ଦିନରାତି ଜଗି ରହିବେ । ଯାହାଫଳରେ ଘଟଣାର କଣ ସତ୍ୟତା ରହିଛି ତାହା ଜଣାପଡିବ ବୋଲି ସୂଚନା ମିଳିଛି । କିନ୍ତୁ ଗ୍ରାମବାସୀ ସ୍କୁଲକି କେହି ଗୁଣି କରିଦେଇଛି କହିବା ସହ ସ୍କୁଲ ପରିସରରେ ବିଭିନ୍ନ ମନ୍ଦିରରୁ ପାଦୁକପାଣି ଆଣି ଛିଚିଂଥିଲେ । ଏପରିକିଗ୍ରାମରେ ମଧ୍ୟ ଛିଚିଂଥିଲେ । ଯାହାକି ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସ୍କୁଲରେ ପ୍ରଥମ ରୁ ୫ମ ଶେଶ୍ରୀ ପ୍ରର୍ଯ୍ୟନ୍ତ ପଢାଯାଉଥିବା ବେଳେ ୩୬ ପିଲା ପଢୁଛନ୍ତି । ଆଜି ୨୬ ଜଣ ପଢିବା ପାଇଁ ଆସିଛନ୍ତି ବୋଲି ପ୍ରଧାନଶିକ୍ଷକ ପ୍ରସନ୍ନ ପଣ୍ଡା କହିଥିଲେ । ଭୟରେ ବହୁ ପିଲା ଆସୁନାହାନ୍ତି । ଏବେବି ଏହି ଘଟଣା ରହସ୍ୟ ଘେରରେ ରହିଛି । ଯେଉଁ ଭୈାତିକକାଣ୍ଡ ଘଟଣା ଦେଖାଯାଉଛି ତାହା କେତେଦୁର ସତ୍ୟାତା ରହିଛି ତହା ରହସ୍ୟମୟ ରହିଛି । ସ୍କୁଲରେ ଏତେବଡ ଘଟଣା ଘଟିଥିଲେ ବି ଜିଲା ଶିକ୍ଷାଧିକାରୀ ଦିନେବି ପରିଦର୍ଶନ କରିନଥିବା କହିଛନ୍ତି ଗ୍ରାମବାସୀ । ଘଟଣାକୁ ଜିଲା ଶିକ୍ଷା ବିଭାଗ ହାଲକା ନେଉଛି ବୋଲି କହିଛନ୍ତି ଗ୍ରାମବାସୀ । କିନ୍ତୁ ଆଜି କୈାଣସି ଘଟଣା ଘଟିନଥିବା ଜଣାପଡିଛି । ସୂଚନା ଥାଉକି ଚଳିତ ମାସ ୯ ଓ ୧୦ ରେ ସ୍କୁଲ ପିଲାଙ୍କୁ ମଳ ଛିଟା ପଡିଥିଲା । ପରେ ସୋମବାର ପୁଲିସ ଟିମ ପହଂଚିଥିଲେ ଉକ୍ତ ଦିନ ଏବଂ ମଙ୍ଗଳବାର ଏହି ଘଟଣା ଘଟିନଥିବା ବେଳେ ବୁଧବାର ଓ ଗୁରୁବାର ଏହି ଘଟଣାର ପୁନରାବୃତି ହେବା ସହ ପୁଲିସ ଓ ବ୍ଲକ ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ମଧ୍ୟ ଘଟଣା ଦେଖିବାକୁ ମିଳିଥିଲା । ଶେଷରେ ବାଧ୍ୟ ହୋଇ ଆଜି ଠାରୁ ସ୍କୁଲ ପରିବର୍ତେ ଅଙ୍ଗନବାଡିକେନ୍ଦ୍ରରେ ପାଠପଢା ଯାଇଛି । ଗୋଟିଏ କକ୍ଷରେ ୫ଟି ଶ୍ରେଣୀର ପିଲାମାନେ ପଢୁଛନ୍ତି ।


