ଅଙ୍ଗନାବାଡି କେନ୍ଦ୍ରରେ ତାଲା, ପୃଷ୍ଟିକର ଖାଦ୍ୟ ବଂଟନ କଲେ କାଉନସିଲର
ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ସରକାର ଓ ଜିଲା ପ୍ରଶାସନର ବାରଣ ସତ୍ୱେ ନିଜର ହକ ପାଇଁ ଲଢେଇ ଜାରି ରଖିଛନ୍ତି ଅଙ୍ଗନବାଡିକର୍ମୀ । ଯାହାଫଳରେ ଦିର୍ଘ ୨୫ ଦିନ ହେଲା ବନ୍ଦ ରହିଛି ଜିଲାର ଦୁଇ ହଜାରୁ ଉର୍ଦ୍ଧ ଅଙ୍ଗନାବାଡି କେନ୍ଦ୍ର । ଯେଉଁ ସବୁ କେନ୍ଦ୍ର ଗୁଡିକ ବନ୍ଦ ରହିଛି ସଂପୃକ୍ତ ଅଚଂଳର ସିଡିପିଓଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହି କେନ୍ଦ୍ର ଗୁଡିକ ବନ୍ଦ ରହିଥିବାରୁ ମମତା ଦିବସ ବାଧା ସୃଷ୍ଟି ସହ, ପ୍ରାକ୍ ବିଦ୍ୟାଳୟ ପରିଚାଳନା, ଗରମ ଖାଦ୍ୟଶିଶୁଙ୍କୁ ପ୍ରଦାନ, ପୋଷଣ ଟ୍ରାକର.ଟିଏଚଆରହିତାଧିକାରୀ ତାଲିକାରେ ବାଧାସୃଷ୍ଟି, ଗର୍ଭବତୀ ମହିଳା ସମେତ ଶିଶୁମାନେ ପୃଷ୍ଟିକର ଖାଦ୍ୟରୁ ବଚିଂତ ହେଉଛନ୍ତି । ଏହି ପରିପେକ୍ଷିରେ ଛତ୍ରପୁର ଏନଏସିର ୧୧ ନଂ କାଉନସିଲର ସନ୍ତୋଷୀ ସେଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ସ୍ୱଚ୍ଛ ସାଥୀ, ସୁପରଭାଇଜରଙ୍କ ଉପସ୍ଥିତିରେ ଗୋପବନ୍ଧୁ ନଗରରେ ପୃଷ୍ଟିକର ଛତୁଆ ବଂଟନ ହୋଇଥିଲା । ସ୍ଥାନୀୟ ବାସିନ୍ଦା ମଧ୍ୟ କାଉନସିଲରଙ୍କ ଏହି ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି । ଉକ୍ତ ଅଚଂଳର ବହୁ ମହିଳାମାନେ ଏଠାରେ ଥିବା କର୍ମୀ ଜଣକ ସଠିକଭାବେ ଛତୁଆବଂଟନ କରୁନଥିବା ସହ କେନ୍ଦ୍ର ବନ୍ଦ ରଖୁଥିବାରୁ ପିଲାମାନେ ବାଧ୍ୟ ହୋଇ ପ୍ଲେ ସ୍କୁଲକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ । ସେହିପରି ୯ ନଂ ୱାର୍ଡରେ ମଧ୍ୟ ଛତୁଆ ବଂଟନ ହୋଇଥିଲା । ସୂଚନା ଥାଉକି ନଭେମ୍ବର ମାସ ୨୧ ରୁ ରାଜ୍ୟ ସଂଘର ଡାକରାକ୍ରମେ ଗଞ୍ଜାମ ଜିଲାର ବହୁ କେନ୍ଦ୍ରର କର୍ମୀମାନେ ଆନ୍ଦୋଳନରେସାମିଲ ହୋଇଛନ୍ତି । ବହୁ କେନ୍ଦ୍ରରେ ତାଲା ପଡିରହିଥିବାରୁ ସେଠାରେ ଅଧୟନ କରୁଥିବା ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ବଚିଂତ ହେଉଛନ୍ତି, ଏପରିକି ନିରାଶରେ ଫେରୁଛନ୍ତି । ଅନ୍ୟପକ୍ଷରେ ଜିଲାପ୍ରଶାସନ ପକ୍ଷରୁ ଅଙ୍ଗନାବାଡିକର୍ମୀମାନଙ୍କ ଉପରେ କୈାଣସି ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ ।


