ସ୍ଥାୟୀ ନିଯୁକ୍ତି ଦାବିରେ ଆର.ବି.ଏସ.କେ. ଆୟୁଷ ଡାକ୍ତର ପିନ୍ଧିଲେ କଳା ବ୍ୟାଚ

ପୋଲସରା, (ଅନିଲ କୁମାର ମହାରଣା):ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର.ବି.ଏସ.କେ. ଆୟୁଷ ଡାକ୍ତରମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ଦେଖାଦେଇଛି। ଆୟୁଷ ଡାକ୍ତରମାନେ ୨୦୧୩ ମସିହାରୁ ଅତି ନିମ୍ନସ୍ତରର ଦରମାରେ ଚାକିରୀ କରିଆସୁଛନ୍ତି। ସେମାନେ ଜନ୍ମରୁ ଅଠର ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ସହାୟ ହୁଅନ୍ତି। ଗ୍ରହଣ ଖଣ୍ଡିଆ, ପାଦ ବଙ୍କା, ହୃଦରୋଗୀ, ଜନ୍ମାନ୍ଧ, ଅନେକ ଶିଶୁରୋଗ ଆଦିର ସଫଳ ଚିକିତ୍ସା କରାଉଇଛନ୍ତି। ତୃଣମୂଳ ସ୍ତରରେ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗେଇଦେବା କ୍ଷେତ୍ରରେ ଆର.ବି.ଏସ.କେ. ଆୟୁଷ ଡାକ୍ତର ମାନଙ୍କ ଭୂମିକା ଅତି ପ୍ରଶଂସନୀୟ l ବିଭିନ୍ନ ଦୈବୀ ଦୁର୍ବିପାକ, ଯେକୋୖଣସି ଜରୁରୀ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି। ସାରାଦେଶରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନାରେ ମଧ୍ୟ୍ୟ ସେମାନଙ୍କର କାର୍ଯ୍ୟ ଅତି ଉଚ୍ଚକୋଟିର ଥିଲା। ଏହି ଡାକ୍ତରମାନେ ପ୍ରାୟ ଦଶ ରୁ ପନ୍ଦର ବର୍ଷ ପର୍ଯ୍ୟନ୍ତ କମ ପାରିତୋଷରେ କାର୍ଯ୍ୟ କରିଆସୁଛନ୍ତି l କିନ୍ତୁ ଦୁର୍ଭାଗ୍ୟ ଜନକ କଥା ଏହିକିଯେ ଏହି ଆର.ବି.ଏସ.କେ. ଆୟୁଷ ଡାକ୍ତରମାନଙ୍କୁ ନା ମିଳୁଛି ଅଧିକ ଦରମା ନା ଅଛି ଚାକିରୀର ସ୍ଥାୟିତ୍ୱ। ବାରମ୍ବାର ଦାବି ଜଣାଇବା ପରେ ପ୍ରତିଶୃତି ମିଳିଥିବା ସତ୍ୱେ ସରକାର ସେମାନଙ୍କୁ କାହିଁକି ଅଣଦେଖା କରୁଛନ୍ତି ତାହା ଆର.ବି.ଏସ.କେ. ଆୟୁଷ ଡାକ୍ତର ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମନ୍ତ୍ରୀ ସ୍ତରୀୟ କମିଟିକୁ ମଧ୍ୟ୍ୟ ସ୍ମାରକ ପତ୍ର ଦିଆହୋଇଥିଲେ ମଧ୍ୟ୍ୟ ତାହାର ସୁଫଳ କିଛି ମିଳିନାହିଁ। ଏମିତିକି ମିଶନ ନିର୍ଦ୍ଦେଶାଳୟ କୁ ଅଭିଯୋଗ ପତ୍ର ଦାଖଲ କରିବା ପାଇଁ ଅନୁମତି ଦେଉନାହାନ୍ତି। ତେଣୁ ରାଜ୍ୟ ଆର.ବି.ଏସ.କେ. ଆୟୁଷ ଡାକ୍ତର ସଙ୍ଘ ଡାକରାରେ ସ୍ଥାୟୀ ନିଯୁକ୍ତି ପାଇଁ କଳା ବ୍ୟାଚ ପିନ୍ଧି ପ୍ରତିବାଦ ଜଣେଇବା ସହିତ ଶାନ୍ତି ପୁର୍ଣ ଭାବରେ କାର୍ଯ୍ୟ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ