ସ୍ଥାୟୀ ନିଯୁକ୍ତି ଦାବୀ ନେଇ ଶିବ ସେନା ଟାଟା ଯୁବ ମଂଚ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ଛତ୍ରପୁର, (ଦେବଦତ୍ତ ମହାରଣା) : ଟାଟା କମ୍ପାନୀରେ ସ୍ଥାୟୀ ନିଯୁକ୍ତି ତଥା ତିନି ଦଫା ଦାବୀ ନେଇ ସୋମବାର ଟାଟା ବିସ୍ଥାପିତ ଯୁବକ / ଯୁବତୀ ମାନେ ଶିବ ସେନା ଟାଟା ଯୁବ ମଂଚ ମାଧ୍ୟମରେ ଶିବସେନା ରାଜ୍ୟ ମଣ୍ଡଳ ପ୍ରମୁଖ ତଥା ଟାଟା ବିସ୍ଥାପିତ ନେତା ପି.ତୁଳସେୟା ରେଡ୍ଡୀ ଏବଂ ଶିବ ସେନା ଟାଟା ଯୁବ ମଂଚ ସଭାପତି ପି.ତୁଳସେୟା ରେଡ୍ଡୀଙ୍କ ନେତୃତ୍ୱରେ ସୋମବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ସ୍ମାରକ ପତ୍ର ରେ ସେମାନେ ଦର୍ଶାଇଛନ୍ତି ଯେ, ଟାଟା ଆମ ଠାରୁ ଆମ ଜମି ନେଇଛି, ଚାକିରୀ ପାଇଁ ୭ଲକ୍ଷ ଛାଡିଛୁ , ଏହାର କ୍ଷତି ସହିଛୁ … ଆମେ ଯେହେତୁ ସର୍ବହରା । ମାତ୍ର ଏପର୍ଯ୍ୟନ୍ତ ଆମକୁ ଚାକିରୀ ମିଳିନାହିଁ । ଆମକୁ ସିଧାସଳଖ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରିବା, ମାସିକ ଦରମା ୪୫ହଜାର ଟଙ୍କା ଆରମ୍ଭରୁ ମିଳିବା ଦରକାର ଏବଂ ଯଦି ଆମେ ଛାଡିଥିବା ଜମିରେ ଆମ ଅଧିକାର ମିଳୁ ସେମାନଙ୍କ ଦାବି ଗୁଡିକ ସାତଦିନ ମଧ୍ୟରେ ପୂରଣ ନହେଲେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଆଜକୁ ପ୍ରାୟ ୨୫ବର୍ଷ ଅର୍ଥାତ୍ ୧୯୯୫ ମସିହା ଟାଟା ଓ ଓଡିଶା ସରକାର ଦ୍ୱାରା ଆମ ପୂର୍ବ ପୁରୁଷରୁ ଚାଷବାସ କରିଆସୁଥିବା ଜମିରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ କରିବା ଉଦ୍ଦେଶ୍ୟରେ ଏବଂ ୧୨୦୦୦ ଚାକିରୀ ସୃଷ୍ଟି କରି ଏ ଅଂଚଳ ପାଇଁ ରୋଜଗାର ଉଦାହରଣ ପାଲଟାଇ ଦେଶରେ ବିଖ୍ୟାତ କରିବୁ ବୋଲି ଧୂଆଁ ବାଣ ଛାଡି ଆମ ଅଂଚଳରେ ପ୍ରାୟ ୪୦୦୦ଏକର ଅତି ଉର୍ବ ଜମିକୁ ସେହି ସମୟରେ ସରକାର ଓ ଟାଟା ଉଭୟ ମିଶି ଜୋର ଜବରଦସ୍ତ କରି ଅଧିଗ୍ରହଣ କରାଯାଇଥିଲ। । ସେହି ପ୍ରତିଶ୍ରୃତି ଆଜି ପର୍ଯ୍ୟନ୍ତ ପୂରା ଗଂଜାମ ଜିଲ୍ଲା ପାଇଁ ପାଣିରେ ଗାର ସଦୃଶ । କିନ୍ତୁ ଭିତିରି ବୁଝାମଣାରେ ବିନ ପରିବେଶ ମଂଜୁରୀ ରେ ୨୦୧୦ ମସିହାରୁ ଲୁଟ କରିବା ଏବଂ ଅନ୍ୟ କମ୍ପାନୀକୁ କୋଟି କୋଟି ଟଙ୍କାରେ ବିକ୍ରୀ କରି ଇଣ୍ଡଷ୍ଟ୍ରିୟଲ ପାର୍କ କରିବା ପାଇଁ ପାଟି ପାଟିରେ ଏମଓୟୁ ବଦଳି କରାଯାଇଛି । ଯାହାକି ପୂରାପୁରି ବେନିୟମ ଅଟେ । ସୁପ୍ରିମ କୋର୍ଟ ନିୟମ ଏବଂ ଭାରତ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ଯେଉଁ ଉଦ୍ଦେଶ୍ୟରେ ଜମି ଅଧିଗ୍ରହଣ କରାଯାଇଛି ତାହା ଯଦି ଠିକ୍ ସମୟରେ କରି ପାରୁନି ତହା ହେଲେ ଅଧି ଗ୍ରହଣ କରିଥିବା ଜମି ବିନା କିଛି ସର୍ତ୍ତରେ ଜମି ମାଲିକଙ୍କୁ ଫେରାଇଦେବା ନିୟମ ରହିଛି ବୋଲି ମଧ୍ୟ ଟାଟା ସେନା ମଂଚ ପକ୍ଷରୁ ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ପି.ମୋହନ ରେଡ୍ଡୀ, ଆର .ନାରାୟଣ ରେଡ୍ଡୀ, ବି. ଚନ୍ଦ୍ରଶେଖର ରେଡ୍ଡୀଙ୍କ ସମେତ ଶତାଧୀକ ବିସ୍ଥାପିତ ଯୁବକ / ଯୁବତୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ