ଭତା ମିଳିନଥିବାରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଖୁରିଗାଁ ଗ୍ରାମର ଯୋଗ୍ୟ ହିତାଧିକାରୀ

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଖୁରିଗାଁର ଯୋଗ୍ୟ ହିତାଧିକାରୀ ମାନଙ୍କୁ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପଞ୍ଚାୟତ ପକ୍ଷରୁ ମିଳିନଥିବା ଅଭିଯୋଗ ନେଇ ସୋମାବର ଗଂଜାମ ଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ଛତ୍ରପୁର ଆସିଥିବା ବେଳେ ଜିଲ୍ଲାପାଳଙ୍କ ଅନୁପସ୍ଥିତଥିବାରୁ ସେମାନେ ନିରାଶ ହୋଇ ଅଭିଯୋଗ ପ୍ରକୋଷ୍ଠ ରେ ଏକ ଲିଖିତି ପତ୍ର ମାଧ୍ୟମ ରେ ଗୁହାରୀ ଜଣାଇଛନ୍ତିି । ଖୁରିଗାଁର ମୋଚିଆ ନାହାକ ୬୦ ବୟସ ପାର ହୋଇ ବାଡି ଧରି ଚାଲୁଥିଲେ ସୁଦ୍ଧା ତାଙ୍କୁ ଭତ୍ତା ମିଳୁ ନାହିଁ । ସେହିପରି ଝୁରି ନାହାକଙ୍କ କିଛି ବର୍ଷ ହେଲା ବିଧବା ହୋଇଥିଲେ ମଧ୍ୟ ତାଙ୍କୁ ସରକାରଙ୍କ ପକ୍ଷରୁ ରହିଥିବା ଭତ୍ତା ମଧ୍ୟ ପଞ୍ଚାୟତ ପକ୍ଷରୁ ପ୍ରଦାନ କରାଯାଇ ନାହିଁ । ଏଥିସକାଶେ ବାରମ୍ବାର ପଞ୍ଚାୟତ ପ୍ରତିନିଧୀ ମାନଙ୍କୁ ଜଣାଇଲେ ସୁଦ୍ଧା କେହି ସେମାନଙ୍କ କଥା କିଏ ଶୁଣୁନଥିବା ଅଭିଯୋଗ କରିଛନ୍ତି । ସେହିପରି ଗ୍ରାମର ମନାସ ନାହାକ (୬୫), ତୁଳସା ନାହାକ (୭୦) ଲକ୍ଷ୍ମୀ ନାହାକ (୭୦) କାମିନୀ ମହାରଣା (୭୦) ଓ ସୁବା ନାହାକଙ୍କୁ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳିନଥିବାରୁ ସେମାନେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ