ସ୍ପେନ୍‌ରେ ଗୋଟିଏ ଦିନରେ ପ୍ରାଣ ହରାଇଲେ ୭୬୯

ମାଦ୍ରିଦ୍‌ : କରୋନା ଭାଇରସ୍‌ ପ୍ରଭାବରେ ସମଗ୍ର ବିଶ୍ବରେ ଆତଙ୍କ ଖେଳି ଯାଇଥିବା ବେଳେ ସ୍ପେନ୍‌ରେ ଏହି ଭାଇରସ୍‌ ତାଣ୍ଡବ ମଚାଇଛି । ସ୍ପେନ୍‌ରେ ଏହି ଭାଇରସ୍‌ ପ୍ରଭାବରେ ଗୋଟିଏ ଦିନରେ ୭୬୯ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ହଜାର ଅତିକ୍ରମ କରିଛି । ଶୁକ୍ରବାର ନୂତନ ଭାବରେ ୭୬୯ ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତକଙ୍କ ସଂଖ୍ୟା ୪୮୦୦ରେ ପହଞ୍ଚିଛି । ଇଟାଲୀର ୪୮୫୮ ମୃତ୍ୟୁ ପଛକୁ ଏହା ଦ୍ବିତୀୟ ସ୍ଥାନରେ ରହିଛି । ଗୁରୁବାର ଅପେକ୍ଷା ଶୁକ୍ରବାର ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୮ ପ୍ରତିଶତର ଅଭିବୃଦ୍ଧି ଘଟିଛି । ସେହିପରି ଏକ ସପ୍ତାହ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୮ ହଜାର ବୃଦ୍ଧି ଘଟିବା ଚିନ୍ତାଜନକ ବୋଲି ସ୍ପେନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ