ଗଞ୍ଜାମ ନୋଡାଲ ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ଜାଲିଙ୍କ ପୌରହିତ୍ୟିରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସିଡିପିଓ ସଲୀଳା ପ୍ରଧାନ, ବକ୍ତା ରୂପେ ବରିଷ୍ଠ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ସମ୍ମାନିୟ ଅତିଥି ରୂପେ ଏବିଇଓ ବିଜୟ କୁମାର ବେହେରା, ବିଶିଷ୍ଟ ସମାଜସେବୀ ତ୍ରିନାଥ ପାଣିଗ୍ରାହୀ, ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକ, ବରିଷ୍ଠ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ ଯୋଗଦେଇଥିଲେ।ଏସଏମସି ସଭାପତି ମୁରାରୀ ମୋହନ ଦାସ ମାଞ୍ଚାସିନ ଥିଲେ। ସ୍ୱାଗତ ଭାଷଣ ଶିକ୍ଷୟିତ୍ରୀ ସୁଜାତ ପଣ୍ଡା ପ୍ରଦାନ କରିଥିବା ବେଳେ, ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷୟିତ୍ରୀ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ। ଉତ୍ସଵକୁ ସଂଯୋଜନା କରିଥିଲେ ଶିକ୍ଷକ ରବୀନ୍ଦ୍ରନାଥ ନେପାକ ଓ ଅନୀଲ ପାଣିଗ୍ରାହୀ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତିପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଅତିଥିମାନେ। ଶେଷରେ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ବିଦ୍ୟାର୍ଥୀ ମାନେ।ଶିକ୍ଷୟିତ୍ରୀ ପ୍ରତିମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଶିକ୍ଷକ ରାମଚନ୍ଦ୍ର ବେହେରା, ଶିକ୍ଷୟିତ୍ରୀ ଛନ୍ଦାରାଣୀ ସାହୁ,ରଂଜିତା ପଣ୍ଡା ନିବେଦିତା ପ୍ରଧାନ, ଶିକ୍ଷକ ଧୀରେନ କୁମାର ପଟ୍ଟନାୟକ, ସହଯୋଗ କରିଥିଲେ। ଏହି ଉତ୍ସବ ବିଦ୍ୟାର୍ଥୀ, ଅଭିଭାବକ ଓ ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ଥିଲେ।


