ଜଗନ୍ନାଧ ଧାମରେ ନାବାଳିକାଙ୍କୁ ଦୁଷ୍କର୍ମ
ଜଗନ୍ନାଥ ଧାମରେ ପୁଣି କୁକର୍ମ ,ବସରେ ଯାତ୍ରା କରୁଥିବା ଜଣେ ନାବାଳିକାଙ୍କୁ ବଳକ୍ରାରକରାଯାଇଛି । ଅଭିଯୁକ୍ତ ଜଣକ ବସର କଣ୍ଡକ୍ଟ୍ର ବୋଲି ଜଣାପଡିଛି । ଏଭଳି ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି ପୁରୀରେ । ମିଳିଥିବା ଖବର ଅନୁଯାୟୀ ନାବାଳିକା ଜଣକ ଆନନ୍ଦ ଉଲ୍ଲାସର ସହ ମହାପ୍ରଭୁ ଙ୍କ ଦର୍ଶନ ନିମନ୍ତେ କେନ୍ଦୁଝରରୁ ପୁରୀକୁ ଏସି ଡିଲକ୍ସ ବସରେ ଆସୁଥିଲା । କିନ୍ତୁ ନାବାଳିକା ଜଣକ ମାଳତି ପାଟପୁରରେ ଓହ୍ଲାଇବାର ଥିଲା କିନ୍ତୁ ବସରେ ଶୋଇପଡିଥିଲେ ନାବାଳିକା ଜଣକ । ଶରଧାବାଲି ବସଷ୍ଟାଣ୍ଡରେ ଓହ୍ଲାଇଥିଲା । କିନ୍ତୁ ରାତ୍ର ହୋଇଥିବାରୁ କଣ୍ଡକ୍ଟ୍ର ଜଣକ ବସରେ ଶୋଇପଡିବାକୁ କହିଥିଲା । ଏହା ପରେ ନାବାଳିକାଙ୍କୁ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା । ଶରଧାବାଲି ନିକଟରେ ନାବାଳିକା କାନ୍ଦୁଥିବାର ଦେଖି କୁମ୍ଭାରପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପୋଲିସ କଣ୍ଡକ୍ଟ୍ରକୁ ଥାନାରେ ଅଟକ ରଖି ପଚାରା ଉଚାରା କରୁଛି ।ପ୍ରଶାସନ ତରଫରୁ ଯାତ୍ରୀ ମାନଙ୍କର ସୁବିଧା ଓ ସୁରକ୍ଷା ପାଇଁ ବିପୁଳ ପରିମାଣର ପୋଲିସ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା କଡା ସୁୁରକ୍ଷା ମଧ୍ୟରେମଧ୍ୟ ଏଭଳି ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି ।


