ସ୍ୱରାଜଙ୍କ ଡ଼ର

ଶିଶୁ କାଳାକାର ଭାବେ ସେ ତାଙ୍କର ଅଭିନୟ ସଫର୍ ଆରମ୍ଭ କରିଥିଲେ । ୨୦୧୭ରେ ରିଲିଜ୍ ହୋଇଥିବା ଫିଲ୍ମ “ତୁ ମୋ ଲଭ୍ ଷ୍ଟୋରୀ’ ମାଧ୍ୟମରେ ସେ ବଡ଼ ପରଦାରେ ଡେବ୍ୟୁ କରିଥିଲେ । ଫିଲ୍ମଟି ସୁପରହିଟ୍ ହୋଇଥିଲା । ଏହାପରେ ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେଇ ଚାଲିଲେ ଓଲିଉଡ୍ ଅଭିନେତା ସ୍ୱରାଜ । ଏବେ ସ୍ୱରାଜଙ୍କର ଢେର୍ ଫ୍ୟାନ୍ । ହେଲେ “ତୁ ମୋ ଲଭ୍ ଷ୍ଟୋରୀ’ ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ସ୍ୱରାଜ କୁଆଡେ ଭାରି ଚିନ୍ତାରେ ଥିଲେ । ତାଙ୍କୁ ଡର ଲାଗୁଥିଲା ତାଙ୍କ ଲୁକକୁ ନେଇ । ଅର୍ଥାତ୍ ସ୍ୱରାଜ ଚିନ୍ତାରେ ଥିଲେ ଯେ ଦର୍ଶକ ତାଙ୍କୁ ପସନ୍ଦ କରିବେ କି ନାହିଁ । ତାଙ୍କର ଫିଜିକ୍ ଏବଂ ଲୁକ୍ ଦୁଇଟି ଯାକ ତାଙ୍କୁ ଠିକ୍ ଲାଗୁନଥିଲା । ସେ ଭାବୁଥିଲେ ଦର୍ଶକ ତାଙ୍କର ଏ ଚେହେରାକୁ ବାଧେ ଗ୍ରହଣ କରିବେ ନାହିଁ । କିନ୍ତୁ ଦର୍ଶକଙ୍କ ଭଲପାଇବା ଦେଖି ଧୀରେ ଧୀରେ ତାଙ୍କ ମନରୁ ଏ ଭ୍ରମ ଦୂର ହୋଇଯାଇଥିଲା । ସୂଚନା ଅନୁଯାୟୀ, ସ୍ୱରାଜ “ତୁ ମୋ ଲଭ୍ ଷ୍ଟୋରୀ’, “ଲୈଲା ଓ ଲୈଲା’, “ଲଭ୍ ଏକ୍ସପ୍ରେସ୍‌’, ଆଦି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ