ଆସିଲାନି ଆମ୍ବୁଲାନ୍ସ ମରାଠି ଅଭିନେତ୍ରୀ ସମେତ ଶିଶୁ ମୃତ
ମୁମ୍ବଇ, ଆମ୍ବୁଲାନ୍ସ ଆସିଲାନି ବୋଲି ମରାଠି ଅଭିନେତ୍ରୀ ସମେତ ଶିଶୁର ମୃତ୍ୟୁ ହୋଇଛି । ବିଭିନ୍ନ ସମୟରେ ଉପାନ୍ତ ଅଂଚଳ ଗୁଡିକରେ ଆମ୍ବୁଲାନ୍ସ ନପହଞ୍ଚି ବା ଆଦି କାରଣରୁ ବହୁ ଗର୍ଭବତୀ ମହିଳା ସମେତ ଶିଶୁମାନଙ୍କର ମୃତ୍ୟୁ ହେଉଥିବାର ଖବର ନଜିର ରହିଥିବା ବେଳେ କିନ୍ତୁ ମହାରାଷ୍ଟ୍ରରେ ଆମ୍ବୁଲାନ୍ସ ନମିଳିବାରୁ ଜଣେ ଜଣାଶୁଣା ମରାଠୀ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ଅଭିନେତ୍ରୀ ଅଭିନେତ୍ରୀ ଜଣକଙ୍କ ନାମ ପୁଜା ଜୁଞ୍ଜା(୨୫) ର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ପୂଜାଙ୍କ ଗର୍ଭଜନ୍ତ୍ରଣା ହୋଇଥିଲା । ତାଙ୍କୁ ଗୋରୁଗାଓଁର ହସପିଟାଲରେ ଭର୍ତ୍ତିକରାଯାଇଥିଲା । ସନ୍ତାନ ପ୍ରସବ ପରେ ପୂଜାଙ୍କ ଅବସ୍ଥା ସଂକଟାପନ ହୋଇଥିଲା ଏହା ପରେ ତାଙ୍କର ସ୍ୱାସ୍ଥବସ୍ଥାର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଅନ୍ୟ ହସପିଟାଲକୁ ନେବା ପାଇଁ କହିଥିଲେ । କିନ୍ତୁ ୪୦ କିଲୋମିଟର ଦୂରତାରେ ହସପିଟାଲ ରହିଥିବା ବେଳେ ପୂଜାଙ୍କ ପରିବାର ଡାକ୍ତରଙ୍କ ପରିବାର ଲୋକେ ଅନୁରୋଧ କରିଥିଲେ । ଉପଯୁକ୍ତ ଚିକିତ୍ସା ନମିଳିବାରୁ ମା ସମେତ ଶିଶୁର ମୃତ୍ୟୁ ହୋଇଛି । ସଠିକ୍ ସମୟରେ ଯଦି ଆମ୍ବୁଲାନ୍ସ ପହଞ୍ଚିଥିଲେ ତେବେ ମା ସମେତ ଶିଶୁର ଜୀବନ ବଞ୍ଚିଯାଇଥାନ୍ତା ।


