ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ୨ଦିନିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମ ଠାରେ ସ୍ୱାସ୍ଥ୍ୟ କ୍ରମଚାରୀଙ୍କ ମଧ୍ୟରେ ୨ଦିନିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗତକାଲି ଶନିବାର ଆରମ୍ଭ ହୋଇଥିବା ବେଳେ ଆଜି ରବିବାର ଦିନ ଉଦ୍ଯାପିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଯୋଗଦେଇ ଉଦ୍ଘାଟନ କରଥିବା ବେଳେ ଏଥିରେ ଜିଲ୍ଲାର ସମସ୍ତ ପିଏଚ୍ସି, ସିଏଚ୍ସି, ଡିଏଚ୍ଏଚ୍ ଏବଂ ସିଡିଏମ୍ଓ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନ୍ଏଚ୍ଆର୍ଏମର ଜିଲ୍ଲା ପ୍ରକଳ୍ପ ପରିଚାଳିକା ସୌମ୍ୟାରାଣୀ ଗୌଡ, ଜିଲ୍ଲା କ୍ରୀଡାଅଧିକାରୀ ନଟବର ଗରଡା ପ୍ରମୁଖ ଉପସ୍ଥିତ ଥିଲେ ।


