ଗଜପତିରେ ୧୧୨ ଜରୁରୀକାଳୀନ ସେବାର ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୧୨ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ୧୧୨ ଭ୍ୟାନର ଶୁଭାରମ୍ଭ ହୋଇଯାଇଛି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଏହି ଭ୍ୟାନଗୁଡିକୁ ସବୁଜପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଜରୁରୀକାଳୀନ ଭ୍ୟାନ ଗୁଡିକୁ ଜିଲ୍ଲାର ମୁଖ୍ୟତଃ ପାରଳାଖେମୁଣ୍ଡି, ଆର୍‌.ଉଦୟଗିରି ଓ ମୋହନା ଠାରେ ନିୟୋଜିତ ହେବ । ହେଲେ ମୋହନା ଓ ପାରଳାଖେମୁଣ୍ଡି ପାଇଁ ଦୁଇଗୋଟି ଜରୁରୀକାଳୀନ ଭ୍ୟାନ ଆସିଥିବା ବେଳେ ଆର୍‌.ଉଦୟଗିରି ନିମନ୍ତେ ଏକ ସପ୍ତାହ ମଧ୍ୟରେ ଆଉ ଗୋଟିଏ ଭ୍ୟାନ ଆସିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି । ଯେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ୧୧୨କୁ କଲ କଲେ ତକ୍ଷଣାତ ଏହି ଭ୍ୟାନ ପହଞ୍ଚି ସେବା ଯୋଗାଇଦେବ ବୋଲି କୁହାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ, ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କ ସହ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶୁଭଆରମ୍ଭ ପରେ ଏହି ୧୧୨ଭ୍ୟାନ ଗୁଡିକ ସଚେତନତା ସୃଷ୍ଟି କରିବାପାଇଁ ପାରଳା ସହର ପରିକ୍ରମା କରିଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ