ସ୍ୱାସ୍ଥ୍ୟ ପାଇଁ ଉପକାରୀ ରସୁଣ ଓ ମହୁର ମିଶ୍ରଣ
ମହୁ ଏବଂ ରସୁଣ ଉଭୟ ଅନେକ ଔଷଧୀୟ ଗୁଣରେ ଭରପୁର । ରସୁଣ ରସ ସହ ମହୁ ମିଶାଇ ସେବନ କରିବା ଦ୍ୱାରା ଆମକୁ ଅଦ୍ଭୁତ ଲାଭ ମିଳିଥାଏ । ଏହା ଶରୀରର ଅନେକ ରୋଗ ଦୂର କରି ଶରୀରକୁ ସୁସ୍ଥ ରଖିଥାଏ । ତେବେ ଆସନ୍ତୁ ଜାଣିବା ଏହି ଦ୍ୱୟର ମିଶ୍ରଣ ସେବନ ଦ୍ୱାରା ଆମର କି ଉପକାର ହୋଇଥାଏ ।
-ରସୁଣ ରସ ସହ ମହୁ ମିଶାଇ ଦୈନିକ ସେବନ କଲେ ଶରୀର ସୁସ୍ଥସବଳ ରହିବା ସହ ସଂକ୍ରମଣ ଭୟ ହ୍ରାସ ହୋଇଥାଏ ।
-ରସୁଣରେ ଆଲିସିନ୍ ରହିଛି, ଯାହା କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ମଧ୍ୟ ସହାୟକ ହୁଏ ।
-ରସୁଣ ମହୁର ମିଶ୍ରଣ ସେବନ ରକ୍ତ ଜମାଟ ବାନ୍ଧିବାରୁ ମଧ୍ୟ ରକ୍ଷାକରେ ।
-ଏଥିରେ କର୍କଟ ନିରୋଧୀ ଗୁଣ ମଧ୍ୟ ରହିଛି ।
-ଏଥିରେ ଭିଟାମିନ୍-ବି୬, ଭିଟାମିନ୍-ସି, ସେଲେନିୟମ୍ ଏବଂ ଫାଇବର୍ ଆଦି ଥିବା ଯୋଗୁଁ ଏହାର ସେବନ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିପାଇଥାଏ ।
-ଏହା ହଜମ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
-ଥଣ୍ଡା ରୋଗୀଙ୍କ ପାଇଁ ଏହା ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଦୈନିକ ମହୁ ଓ ରସୁଣ ରସ ମିଶାଇ ପିଇଲେ ଅନେକ ସ୍ୱାସ୍ଥ୍ୟଗତ ଲାଭ ମିଳିଥାଏ ।
-ଏହାର ସେବନ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖେ ।
-ହୃଦରୋଗୀଙ୍କ ପାଇଁ ଏହି ମିଶ୍ରଣ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।


