ସ୍ୱୟଂଶାସନ ନବୀକରଣ ପାଇଁ କେନ୍ଦ୍ରାପଡା କଲେଜରେ ପ୍ରସ୍ତୁତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଭ୍ୟନ୍ତରୀଣ ମାନ ନିର୍ଦ୍ଧାରଣ କମିଟି ପକ୍ଷରୁ ଏକ ବ୍ୟାପକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ମାନ ନିର୍ଦ୍ଧାରଣ କମିଟିର ଆବାହକ ଡଃ. ପ୍ରମୋଦ କୁମାର ଦାସ ୧୭ ଓ ୧୮ ତାରିଖରେ ସ୍ୱୟଂ ଶାସିତ ନବୀକରଣ ପାଇଁ ଆସୁଥିବା ଯାଞ୍ଚ କମିଟି ଆଗମନ ପାଇଁ ପ୍ରସ୍ତୁତି ଉପରେ କଲେଜ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ । ଶୈକ୍ଷିକ ପାଠ୍ୟକ୍ରମ ଯାଞ୍ଚ, କମ୍ପ୍ୟୁଟର ମାଧ୍ୟମରେ ପାଠ୍ୟ ଉପସ୍ଥାପନା, ଏନଏସଏସ, ଏନସିସି କାର୍ଯ୍ୟକ୍ରମ, ବୋର୍ଡ ଅଫ ଷ୍ଟଡି ମିଟିଙ୍ଗ, ୨୨ଟି ବିଭାଗର ଆଲୋଚନାଚକ୍ର, ଶ୍ରେଣୀକକ୍ଷ, ବଗିଚା, ବିଜ୍ଞାନାଗାର ଓ ଲାଇବ୍ରେରୀ ନବୀକରଣ, ପରୀକ୍ଷା ବିଭାଗ ସଂପ୍ରସାରଣ, ଭାରତୀୟ ସଂସ୍କୃତି ଉପରେ ଆଲୋଚନା, ସୈାରଶକ୍ତିର ବିନିଯୋଗ, ବର୍ଯ୍ୟବସ୍ତୁର ପରିଚାଳନା, ପାଣିପାଗ ସ୍ଥାପନ ପାଇଁ ପଦକ୍ଷେପ ପ୍ରଭୃତି ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ. ସେକ ସମସୁର, ପ୍ରଫେସର ବିନ୍ଦୁମିତ୍ର ବଳ, ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, ଆଗାମୀ ସ୍ୱୟଂ ଶାସିତ କମିଟିର ଆଗମନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଆଲୋଚନାରେ ନାକ୍ ସଂଯୋଜକ ଡଃ. ଜ୍ଞାନୀନ୍ଦ୍ର ଦାଶ, ୟୁଜିସି ସଂଯୋଜକ ଡଃ. ପ୍ରଭାକର ମଲ୍ଲିକ, ପ୍ରାଧ୍ୟାପକ ତପନ କୁମାର ପତି, ପ୍ରଶାସନିକ ଅଧିକାରୀ ଡଃ. ସଞ୍ଜୀବ କୁମାର ମହାନ୍ତି, ଡଃ. ଦେବେନ୍ଦ୍ର ନାଥ ଗୋଛାୟତ, ରମାନାଥ ମହାନ୍ତି, ଡଃ. ଦିପ୍ତୀ ରାୟ, ଡଃ. ଶୁଚିସ୍ମିତା ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ରାମଚନ୍ଦ୍ର ପାତ୍ର ଯାଞ୍ଚ କମିଟି ଆଗମନ ପରିପ୍ରେକ୍ଷୀରେ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଡଃ. ପ୍ରଭାକର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ